କନକ ବ୍ୟୁରୋ : ପୁଣି ଧୋନୀଙ୍କ ଉପରେ ଅଭିଯୋଗ । ଇରଫାନ ପଠାନଙ୍କ ପରେ ମୁହଁ ଖୋଲିଲେ ପୂର୍ବତନ ଭାରତୀୟ ଖେଳାଳି ମନୋଜ ତିୱାରୀ । ମନୋଜ କହିଛନ୍ତି, ‘ସମସ୍ତେ ଜାଣନ୍ତି କଣ ଚାଲେ, କିନ୍ତୁ କେହି କୁହନ୍ତିନି । ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନୀଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ ଆସିଛି । ପୂର୍ବତନ ଭାରତୀୟ କ୍ରିକେଟର ମନୋଜ ତିୱାରୀ ଏହି ଅଭିଯୋଗ ଆଣିଛନ୍ତି, ଯିଏ ୨୦୦୮ରେ ଅଷ୍ଟ୍ରେଲିଆରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ତିୱାରୀ, ୧୨ଟି ଦିନିକିଆ ଏବଂ ୩ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ମନୋଜ କହିଛନ୍ତି, ତାଙ୍କୁ ଧୋନୀଙ୍କଠାରୁ କେବେ ବି ସମର୍ଥନ ମିଳିନଥିଲା । ତିୱାରୀ ଏକ ସାକ୍ଷାତକାରରେ କହିଛନ୍ତି, ସମସ୍ତେ ଧୋନୀଙ୍କ ପକ୍ଷପାତିତା ବିଷୟରେ ଜାଣନ୍ତି, କିନ୍ତୁ କେହି ମୁହଁ ଖୋଲି କହୁନାହାନ୍ତି । ମୁଁ ଧୋନୀଙ୍କୁ ଭେଟିଲେ,ଏ ବିଷୟରେ ନିଶ୍ଚିତ ଭାବେ କଥା ହେବି ବୋଲି ମନୋଜ କହିଛନ୍ତି । ତିୱାରୀଙ୍କ ଅନୁଯାୟୀ, ତାଙ୍କ କ୍ୟାରିୟରରେ ଆଘାତ ଏବଂ ଧୋନୀଙ୍କ ପକ୍ଷପାତିତା ଟିମ ଇଣ୍ଡିଆରୁ ଦୂରେଇ ରହିବା ଦୁଇଟି ମୁଖ୍ୟ କାରଣ ଥିଲା । ସାକ୍ଷାତକାରରେ ମନୋଜ କହିଛନ୍ତି, ଧୋନୀଙ୍କ ନେତୃତ୍ୱରେ ଯଥେଷ୍ଟ ସୁଯୋଗ ମିଳିନଥିଲା, କିନ୍ତୁ ଅନ୍ୟ ଖେଳାଳିଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିଲା । ତାଙ୍କ ଅଭିଯୋଗ ଅନୁଯାୟୀ, ଟିମ୍ ମ୍ୟାନେଜମେଣ୍ଟରେ ନିଷ୍ପତ୍ତି ନେବାରେ ଧୋନୀଙ୍କ ରୋଲ ଅଧିକ ଥିବା ସହ ଧୋନୀ ପକ୍ଷପାତିତା ମନୋଭାବ ରଖୁଥିଲେ। ଏହା ସତ୍ତ୍ୱେ, ମନୋଜ ଘରୋଇ କ୍ରିକେଟରେ ସଫଳ ରହିଥିଲେ, ବିଶେଷକରି ରଣଜୀ ଟ୍ରଫିରେ ବେଙ୍ଗଲ ପାଇଁ । ମନୋଜ ତିୱାରୀଙ୍କ ମନ୍ତବ୍ୟ ଟିମ୍ ସିଲେକ୍ସନରେ ପାରଦର୍ଶିତା ଏବଂ ନ୍ୟାୟ ଉପରେ ପ୍ରଶ୍ନ ଉଠାଇଛି । ଏହା ଭାରତୀୟ କ୍ରିକେଟରେ ଅଧିନାୟକଙ୍କ ପ୍ରଭାବ ଏବଂ ଦଳ ଚୟନ ପ୍ରକ୍ରିୟା ଉପରେ ନୂତନ ଆଲୋଚନା ଆରମ୍ଭ କରିଛି।
ପୁଣି କ୍ୟାପଟେନ କୁଲ ଧୋନୀଙ୍କ ଉପରେ ବଡ଼ ଅଭିଯୋଗ, ନିଜ ପସନ୍ଦର ଖେଳାଳିଙ୍କୁ ଚୟନ କରୁଥିଲେ ବୋଲି ମନୋଜ ତିୱାରୀଙ୍କ ଅଭିଯୋଗ
Advertisment
Follow Us