କନକ ବ୍ୟୁରୋ: ୟୁପିଆଇ ନିୟମରେ ବଡ଼ ପରିବର୍ତ୍ତନ । ଏବେ ୟୁପିଆଇରେ ଦିନକୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରିହେବ । ଗତ ଅଗଷ୍ଟ ମାସରେ ଜାରି ହୋଇଥିବା ସର୍କୁଲାର ଅନୁସାରେ ଆଜିଠାରୁ ଏହି ନିୟମ ଲାଗୁ ହୋଇଛି । ପୂର୍ବରୁ ୧ ଲକ୍ଷ ଟଙ୍କା ରଖାଯାଇଥିବା ଟ୍ରାଞ୍ଜାକ୍ସନ ଲିମିଟ୍ ବଢାଇ ୧୦ ଲକ୍ଷ କରାଯାଇଛି । ଏହି ପରିବର୍ତ୍ତନ ଗୁଡ଼ିକ ବଡ଼ ପେମେଣ୍ଟ ପାଇଁ ୟୁପିଆଇକୁ ଅଧିକ ଉପଯୋଗୀ କରିବ । ଏହା ଦେଶରେ ଡିଜିଟାଲ୍ ପେମେଣ୍ଟକୁ ଅଧିକ ପ୍ରୋତ୍ସାହିତ କରିବ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ପେମେଣ୍ଟକୁ ସହଜ କରିବ ।
ୟୁପିଆଇରେ ଦିନକୁ କରିହେବ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ
ଲୋନ୍ ଓ ଇଏମ୍ଆଇ ପାଇଁ ଟ୍ରାଞ୍ଜାକ୍ସନ ଲିମିଟ୍ ୫ ଲକ୍ଷ ଟଙ୍କା
ବୀମା ପ୍ରିମିୟମ୍ ଓ କ୍ୟାପିଟାଲ ମାର୍କେଟ୍ ନିବେଶ ପାଇଁ ମଧ୍ୟ ବଢିଲା ଲିମିଟ୍
୨ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି
ଯାତ୍ରା କ୍ଷେତ୍ରରେ ମଧ୍ୟ ଏକାଥରକେ ୫ ଲକ୍ଷ ଟଙ୍କା ଦେଇହେବ
ପୂର୍ବରୁ ଏହି ଲିମିଟ୍ ୧ ଲକ୍ଷ ଟଙ୍କା ରହିଥିଲା
କ୍ରେଡିଟ୍ କାର୍ଡ ବିଲ୍ ଏକାଥରକେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦେଇହେବ
କ୍ରେଡିଟ୍ କାର୍ଟ ପାଇଁ ଦିନକୁ ୬ ଲକ୍ଷ ଟଙ୍କା ଟ୍ରାଞ୍ଜାକ୍ସନ କରିହେବ