କନକ ବ୍ୟୁରୋ : ଦେଶର ପେନସନ୍ ନିୟାମକ ସାର୍ବଜନୀନ ଆର୍ଥିକ ପ୍ରତିଷ୍ଠାନ (ପିଏଫଆରଡିଏ) ସରକାରୀ କର୍ମଚାରୀଙ୍କ ପେନସନ୍ ଯୋଜନା ପାଇଁ ନିବେଶ ନିୟମରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି । ନୂଆ ନିୟମଗୁଡ଼ିକ ତୁରନ୍ତ ଲାଗୁ ହେବା ସହ ପୂର୍ବରୁ ଜାରି ହୋଇଥିବା ସମସ୍ତ ଗାଇଡଲାଇନକୁ ଗୋଟିଏ ମାଷ୍ଟର ସର୍କୁଲାରରେ ଏକ କରି ସରଳ କରାଯାଇଛି । ଏହା କର୍ମଚାରୀଙ୍କ ଅବସରକାଳୀନ ସଞ୍ଚୟକୁ ଅଧିକ ସୁରକ୍ଷିତ ଏବଂ ନିବେଶ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ କରିବା ପାଇଁ ଲକ୍ଷ୍ୟ ରଖିଛି । ଏହାଦ୍ବାରା ସରକାରଙ୍କ ଅଣ୍ଡରରେ କାମ କରୁଥିବା ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଜାତୀୟ ପେନସନ ବ୍ୟବସ୍ଥା (ଏନପିଏସ୍) ରେ ପଞ୍ଜିକୃତ ହୋଇଥିବାବେଳେ ଅଟଳ ପେନସନ ଯୋଜନା ( ଏପିୱାଇ) ରେ ସାଧାରଣ ନାଗରିକ ନିବେଶ କରିପାରିବେ । ପିଏଫଆରଡିଏ କହିଛି ଯେ ନୂତନ ନିର୍ଦ୍ଦେଶାବଳୀ ସ୍ପଷ୍ଟ କରିଦେବ ଯେ ପେନସନ ପାଣ୍ଠି ଲୋକଙ୍କ ଝାଳବୁହା ଧନର କେଉଁଠି ଏବଂ କେତେ ବିନିଯୋଗ କରୁଛି । ଯେହେତୁ ଏହା ଏକ ସରକାରୀ ଯୋଜନା ତେଣୁ ଏଥିରେ ନିବେଶର ବିପଦ ବି ରହିବନି ଏବଂ ଅଧିକ ସ୍ଥିର ରିଟର୍ଣ୍ଣ ମଧ୍ୟ ସୁନିଶ୍ଚିତ କରିବ ।
ଅଧିକ ପଢ଼ନ୍ତୁ : ବିଧାନସଭାରେ ପାରିତ ହେଲା ଜନପ୍ରତିନିଧି ଭତ୍ତା ଓ ପେନସନ୍ ବିଲ୍-୨୦୨୫, ଏବେ ବିଧାୟକ ଓ ମନ୍ତ୍ରୀଙ୍କ ଦରମା ଟପିଲା ୩ ଲକ୍ଷ ଟଙ୍କା
ନୂତନ ନିୟମ ଅନୁସାରେ ପେନସନ୍ ପାଣ୍ଠିଗୁଡ଼ିକୁ ସେମାନଙ୍କର ପାଣ୍ଠିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଯାହା ସୁରକ୍ଷିତ ନିବେଶ ବିକଳ୍ପରେ ରଖିବାକୁ ପଡ଼ିବ । ବର୍ତ୍ତମାନ ଆପଣ ପେନସନ୍ ଫଣ୍ଡର ସରକାରୀ ସିକ୍ୟୁରିଟିରେ ୬୫% ପର୍ଯ୍ୟନ୍ତ ନିବେଶ କରିପାରିବେ । ଯେହେତୁ ସରକାରୀ ବଣ୍ଡକୁ ସବୁଠାରୁ ସୁରକ୍ଷିତ ବୋଲି କୁହାଯାଏ ତେଣୁ ଏହା ଅବସରକାଳୀନ ସଞ୍ଚୟକୁ ସୁରକ୍ଷା ଦେବା ପାଇଁ ଏକ ପ୍ରମୁଖ ପଦକ୍ଷେପ ହେବ । ଏହାଛଡ଼ା କର୍ପୋରେଟ୍ ବଣ୍ଡ ଏବଂ ଅନ୍ୟାନ୍ୟ ଋଣ ଉପକରଣରେ ସର୍ବାଧିକ ୪୫% ପର୍ୟ୍ୟନ୍ତ ନିବେଶକୁ ଅନୁମତି ଦିଆଯାଇଛି । ଯେଉଁଥିପାଇଁ ପିଏଫଆରଡିଏ ସର୍ବନିମ୍ନ ମୂଲ୍ୟାଙ୍କନ ସହ ଜଡ଼ିତ ଥିବା କଠୋର ନିୟମାବଳୀକୁ ସ୍ଥିର କରିଛି ଯାହାଦ୍ବାରା ଫଣ୍ଡ୍ ଅଧିକ ବିପଦପୂର୍ଣ୍ଣ ବଣ୍ଡରେ ଯେମିତି ନିବେଶ ନକରିବ ପିଏଫଆରଡିଏ ରେ ଇକ୍ୱିଟି ନିବେଶ ପାଇଁ ସର୍ବାଧିକ ସୀମା ୨୫% ସ୍ଥିର କରାଯାଇଛି । ଏହି ପାଣ୍ଠିକୁ ଆଇପିଓ, ଏଫପିଓ, ଓଏଫଏସ୍, ଏବଂ ଇଣ୍ଡେକ୍ସ-ଆଧାରିତ ନିବେଶ ମାଧ୍ୟମରେ ସେୟାର ହାସଲ କରିହେବ । ସେୟାର୍ ବଜାରକୁ ସାଧାରଣତଃ ଉତ୍ଥାନ-ପତନର ସ୍ତର ବୋଲି କୁହାଯାଏ ତେଣୁ ଏଥିପାଇଁ ଏକ ସୀମା ସ୍ଥିର କଲେ ବିପଦକୁ ସହଜରେ ନିୟନ୍ତ୍ରଣ କରାଯାଇପାରିବ । ମନି ମାର୍କେଟ ଇନଷ୍ଟ୍ରୁମେଣ୍ଟରେ ୧୦%, ଆରଇଆଇଟିଏସ, ଆଇଏନଭିଏଲଟିଏସ୍ ଏବଂ ଅଲଟରନେଟିଭ୍ ଇନଭେଷ୍ଟ୍ ଫଣ୍ଡ୍ ଭଳି ବିକଳ୍ପରେ ୫ % ଭଳି ନିବେଶ ପର୍ଯ୍ୟନ୍ତ ଅନୁମତି ଦିଆଯାଇ ପାରିବ । ଏହି ବିକଳ୍ପ ଉପରେ ସୀମା ଏଥିପାଇଁ ରଖାଯାଇଛି କାରଣ ଫଣ୍ଡସ୍ ହାଇ-ରିସ୍କରେ ଅଧିକ ଟଙ୍କା ଯେମିତି ଲଗାଇ ନପାରିବେ ।
ନୂଆ ନିର୍ଦ୍ଦେଶାବଳୀର ଏକ ପ୍ରମୁଖ ପରିବର୍ତ୍ତନ ହେଉଛି ଯେ ଫଣ୍ଡକୁ ନିଜର ନିବେଶ ପୋର୍ଟଫୋଲିଓ ଉପରେ ଲଗାତାର ନଜର ରଖିବାକୁ ପଡ଼ିବ । ଯଦି ଇଣ୍ଡେକ୍ସରେ ପରିବର୍ତ୍ତନ ହୁଏ କିମ୍ବା ନିବେଶର ଗୁଣବତ୍ତା କମ୍ ହୁଏ ତେବେ ପାଣ୍ଠିକୁ ନିଜର ପୋର୍ଟଫୋଲିଓକୁ ପୁନଃ ସନ୍ତୁଳନ କରିବାକୁ ପଡ଼ିବ । ଏହାଦ୍ବାରା କନଫର୍ମ ହୋଇଯିବ ଯେ ଗ୍ରାହକଙ୍କ ରୋଜଗାର ସୁରକ୍ଷିତ ନିବେଶରେ ରହିବ ଏବଂ ବିପଦ ମଧ୍ୟ ରହିବ ନାହିଁ । ତେବେ ପିଏଫଆଡିଏ କହିଛି ଯେ ଏହି ସମ୍ପୂର୍ଣ୍ଣ ଢାଞ୍ଚା ସରକାରୀ କର୍ମଚାରୀ ଏବଂ ଏପିୱାଇ ହିତାଧିକାରୀଙ୍କ ଦୀର୍ଘକାଳୀନ ସଞ୍ଚୟକୁ ଅଧିକ ସୁରକ୍ଷିତ , ସ୍ଥିର ଏବଂ ସ୍ୱଚ୍ଛ କରିବ । ସରଳ ଭାଷାରେ କହିବାକୁ ଗଲେ ଆପଣଙ୍କର ପେନସନ ଟଙ୍କା ଏବେ ଅଧିକ ନିୟନ୍ତ୍ରଣ, ସୁରକ୍ଷିତ ଏବଂ ସ୍ପଷ୍ଟତାର ସହିତ ନିବେଶ କରାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/14/pension-2025-12-14-17-59-48.jpg)