ବଜେଟର ବଡ଼ ଖବର: କ’ଣ ଶସ୍ତା ଓ କ’ଣ ମହଙ୍ଗା?

Advertisment

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ସାମଗ୍ରୀଗୁଡ଼ିକ ଭାରତରେ ନିର୍ମିତ ହେଉଛି, ସେଗୁଡ଼ିକ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଉଛି । ଏହା ଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ବଳ ମିଳିବ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ସାମଗ୍ରୀଗୁଡ଼ିକ ଭାରତରେ ନିର୍ମିତ ହେଉଛି, ସେଗୁଡ଼ିକ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଉଛି । ଏହା ଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ବଳ ମିଳିବ ।

Budget Update

Budget Update Photograph: (Kanak News)

କନକ ବ୍ୟୁରୋ: ରବିବାର ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ମୋଦୀ ସରକାରଙ୍କ ଅର୍ଥମନ୍ତ୍ରୀ ଭାବେ ଏହା ତାଙ୍କର କ୍ରମାଗତ ନବମ ବଜେଟ୍ ଥିଲା । ଏହି ବଜେଟ୍‌ରେ ସାଧାରଣ ଜନତାଙ୍କ ପାଇଁ ଅନେକ ବଡ଼ ଘୋଷଣା କରାଯାଇଥିବା ବେଳେ ସାମଗ୍ରୀର ଦରଦାମରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବିଶେଷ କରି କଷ୍ଟମ୍ ଡ୍ୟୁଟିରେ ପରିବର୍ତ୍ତନ ଯୋଗୁଁ ଅନେକ ଜିନିଷ ଶସ୍ତା ହୋଇଥିବା ବେଳେ କିଛି ସାମଗ୍ରୀ ମହଙ୍ଗା ହେବାକୁ ଯାଉଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ୍ ଅଭିଭାଷଣରେ ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ସାମଗ୍ରୀଗୁଡ଼ିକ ଭାରତରେ ନିର୍ମିତ ହେଉଛି, ସେଗୁଡ଼ିକ ଉପରେ କଷ୍ଟମ୍ ଡ୍ୟୁଟି ହ୍ରାସ କରାଯାଉଛି । ଏହା ଦ୍ୱାରା ‘ମେକ୍ ଇନ୍ ଇଣ୍ଡିଆ’ ଅଭିଯାନକୁ ବଳ ମିଳିବ । ଏଥିସହିତ ଚମଡ଼ା ଏବଂ କପଡ଼ା କ୍ଷେତ୍ରର ରପ୍ତାନିକୁ ଡ୍ୟୁଟି ଫ୍ରି କରାଯାଇଛି, ଯାହା ଦ୍ୱାରା ବିଶ୍ୱ ବଜାରରେ ଭାରତୀୟ ସାମଗ୍ରୀର ଚାହିଦା ବଢ଼ିବ । ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ବେସିକ୍ କଷ୍ଟମ୍ ଡ୍ୟୁଟିରେ ଛାଡ଼ ଦେବା ପାଇଁ ମଧ୍ୟ ଘୋଷଣା କରାଯାଇଛି ।
ସାଧାରଣ ଗ୍ରାହକଙ୍କ ପାଇଁ ଖୁସି ଖବର ହେଉଛି ଯେ ଦୈନନ୍ଦିନ ବ୍ୟବହାର୍ଯ୍ୟ ଅନେକ ଜିନିଷ ଶସ୍ତା ହେବାକୁ ଯାଉଛି ।

ଆହୁରି ପଢ଼ନ୍ତୁ... ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳିବେ ତିଳକ

କେଉଁ ଜିନିଷ ହେବ ଶସ୍ତା?

  • କ୍ୟାନ୍ସର ଏବଂ ଡାଏବେଟିସ୍ ପାଇଁ ବ୍ୟବହୃତ ୧୭ଟି ଗୁରୁତ୍ୱପୂର୍ଣ୍ଣ ଔଷଧକୁ ଡ୍ୟୁଟି ଫ୍ରି କରାଯାଇଛି, ଯାହା ରୋଗୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଦେବ । 
  • ମୋବାଇଲ୍ ବ୍ୟାଟେରୀ ଏବଂ ଲିଥିୟମ୍ ଆୟନ ସେଲ୍ ଶସ୍ତା ହେବ । ଏଥିସହିତ ମାଇକ୍ରୋୱେଭ୍ ଓଭେନ ମଧ୍ୟ ଶସ୍ତା ହେବାକୁ ଯାଉଛି ।
  • ପରିବେଶ ଅନୁକୂଳ ଗାଡ଼ି ବା ଇଲେକ୍ଟ୍ରିକ୍ ଭେହିକିଲ୍ ଏବଂ ସୋଲାର ଗ୍ଲାସ ଶସ୍ତା ହେବ । ମିକ୍ସଡ୍ ଗ୍ୟାସ୍ ସିଏନଜି ଦର ମଧ୍ୟ ହ୍ରାସ ପାଇବ ।
  • କପଡ଼ା, ଲେଦର ଆଇଟମ୍, ସିନ୍ଥେଟିକ୍ ଫୁଟୱେୟାର ଏବଂ ଚମଡ଼ା ଜାତୀୟ ସାମଗ୍ରୀର ଦାମ୍ କମିବ ।
  • ବିମାନ ଜାଳେଣିର ଶୁଳ୍କ କମିଥିବାରୁ ବିମାନ ଯାତ୍ରା ଏବଂ ବିଦେଶ ଯାତ୍ରା ମଧ୍ୟ ଶସ୍ତା ହୋଇପାରେ ।

ବଜେଟ୍‌ରେ କେବଳ ଶସ୍ତା ନୁହେଁ, କିଛି ଜିନିଷ ଉପରେ କଷ୍ଟମ୍ ଡ୍ୟୁଟି ବୃଦ୍ଧି କରାଯାଇଛି । ଫଳରେ କିଛି ଜିନିଷର ଦର ବୃଦ୍ଧ ହୋଇଛି । 

  • କେଉଁ ସେକ୍ଟରରେ ବଢ଼ିବ ମହଙ୍ଗା ମାଡ଼?
  • ସବୁଠାରୁ ଅଧିକ ପ୍ରଭାବ ମଦ ଉପରେ ପଡ଼ିବ, ଯାହାର ଦାମ୍ ବଢ଼ିବାକୁ ଯାଉଛି ।
  • ବିଭିନ୍ନ ପ୍ରକାରର ସ୍କ୍ରାପ୍ ଏବଂ ଖଣିଜ ପଦାର୍ଥ ଉପରେ ଟିକସ ବୃଦ୍ଧି କରାଯାଇଥିବାରୁ ଏହା ସହ ଜଡ଼ିତ ଶିଳ୍ପଗୁଡ଼ିକ ପ୍ରଭାବିତ ହୋଇପାରନ୍ତି ।

ମୋଟାମୋଟି ଭାବେ ଦେଖିବାକୁ ଗଲେ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ନବମ ବଜେଟ୍ ମଧ୍ୟମ ବର୍ଗର ଲୋକଙ୍କୁ ଏବଂ ଘରୋଇ ଉତ୍ପାଦନକାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରିଛି । ଔଷଧ ଓ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଶସ୍ତା ହେବା ଦ୍ୱାରା ସାଧାରଣ ଜନତା ସିଧାସଳଖ ଉପକୃତ ହେବେ । ଏହି ବଜେଟ୍ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି ଅର୍ଥନୀତିଜ୍ଞମାନେ ମତ ପ୍ରକାଶ କରୁଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe