କନକ ବ୍ୟୁରୋ: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ । ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭରଶୀଳ । ତେଣୁ ଆଜି କେନ୍ଦ୍ର ସରକାରଙ୍କ ଏକ ନିଷ୍ପତ୍ତି ଚାଷୀକୂଳଙ୍କୁ ଖୁସି କରିଦେଇଛି । ଚଳିତ ଖରିଫ ଋତୁରେ ଦେଶର ଚାଷୀକୂଳଙ୍କୁ ବଡ଼ ଭେଟି ଦେଇଛନ୍ତି ମୋଦୀ ସରକାର । କେନ୍ଦ୍ର କ୍ୟାବିନେଟ ବୈଠକରେ ବିଭିନ୍ନ ଖାଦ୍ୟ ସଶ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଧାନ କୁଇଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି ପାଇଛି । ଫଳରେ ସାଧାରଣ ମାନର ଧାନ କୁଇଣ୍ଟାଲ ପିଛା ୨୩୬୯ ଟଙ୍କା ଓ ଗ୍ରେଡ-ଏ ମାନର ଧାନ ୨୩୮୯ଟଙ୍କା ହୋଇଛି । ସେହିପରି ମାଣ୍ଡିଆ, ବଜରା, ଡାଲି ଓ ତୈଳବୀ ଜରେ ଏମଏସପି ବୃଦ୍ଧି ନେଇ ସୂଚନା ଦେଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । 

Advertisment

କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତିକ୍ରମେ ବିଭିନ୍ନ ଖାଦ୍ୟ ସଶ୍ୟର ଏମ୍‌ଏସ୍‌ପି ବୃଦ୍ଧି କରିଛନ୍ତି ମୋଦୀ ସରକାର । ଧାନରେ ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି କରାଯାଇଛି । ଗତବର୍ଷ ଜୁନ୍‌ ମାସରେ ୧୧୭ ଟଙ୍କା ବଢ଼ାଇଥିଲେ । ଚଳିତ ଖରିଫ ଋତୁରେ ହିଁ ଲାଗୁହେବ ବର୍ଦ୍ଧିତ ଏମ୍‌ଏସ୍‌ପି । 

  • ପୂର୍ବରୁ ସାଧାରଣ ଧାନର ଏମ୍‌ଏସ୍‌ପି ଥିଲା ୨ ହଜାର ୩୦୦ ଟଙ୍କା
  • ଏବେ ୨ ହଜାର ୩୬୯ ଟଙ୍କାକୁ ବୃଦ୍ଧି କଲେ କେନ୍ଦ୍ର ସରକାର
  • ଗ୍ରେଡ୍‌-ଏ ଧାନର ସହାୟକ ମୂଲ୍ୟ ୨ ହଜାର ୩୮୯ ଟଙ୍କାକୁ ବୃଦ୍ଧି
  • ଧାନରେ ୮୦୦ ଟଙ୍କାର ବୋନସ୍‌ ଦେଉଛନ୍ତି ରାଜ୍ୟ ସରକାର
  • ଏଣିକି ଧାନ କୁଇଣ୍ଟାଲ ପିଛା ୩,୧୬୯ ଟଙ୍କା ଦେବ ରାଜ୍ୟ

ଧାନ ବ୍ୟତୀତ ଏକାଧିକ ଖାଦ୍ୟ ସଶ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ନଜର ପକାନ୍ତୁ ଏହି ତାଲିକା ଉପରେ । 
ଅନ୍ୟାନ୍ୟ ଖାଦ୍ୟ ଶସ୍ୟର ଏମ୍‌ଏସ୍‌ପି ବୃଦ୍ଧି  
ଖାଦ୍ୟ ଶସ୍ୟ        ଥିଲା        ହେଲା             ବୃଦ୍ଧି
ବାଜରା            ୨୬୨୫        ୨୭୭୫            ୧୫୦ ଟଙ୍କା
ମାଣ୍ଡିଆ            ୪୨୯୦        ୪୮୮୬            ୫୯୬ ଟଙ୍କା
ହରଡ଼ ଡାଲି        ୭୫୫୦        ୮୦୦୦            ୪୫୦ ଟଙ୍କା
ବିରି ଡାଲି        ୭୪୦୦        ୭୮୦୦            ୪୦୦ ଟଙ୍କା
ଚିନାବାଦାମ        ୬୭୮୩        ୭୨୬୩            ୪୮୦ ଟଙ୍କା
ସୂର୍ଯ୍ୟମୁଖୀ        ୭୨୮୦        ୭୭୨୧            ୪୪୧ ଟଙ୍କା
ସୋୟାବିନ୍‌        ୪୮୯୨        ୫୩୨୮            ୪୩୬ ଟଙ୍କା
 
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଅର୍ଥନୀତି ବ୍ୟାପାର ସଂପର୍କିତ କ୍ୟାବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୪ଟି ଖରିଫ ଫସଲରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି । ଚଳିତ ଖରିଫ ଋତୁରେ ଏହାକୁ ଲାଗୁ କରିବାକୁ ନିଷ୍ପତ୍ତି କରିଛନ୍ତି ମୋଦୀ ସରକାର ।