ବୁମରାହ ଆଉ ଖେଳିବେନି ମ୍ୟାଚ୍ ! ; ଆଇପିଏଲ ପୂର୍ବରୁ ମୁମ୍ବାଇ ଟିମକୁ ବଡ଼ ଝଟକା

ଆଇପିଏଲ ପୂର୍ବରୁ ମୁମ୍ବାଇ ଟିମକୁ ବଡ଼ ଝଟକା । ଆଘାତ ସମସ୍ୟା ପାଇଁ ଯଶପ୍ରୀତ ବୁମରାହ ଖେଳିବେନି ମ୍ୟାଚ୍ । ଗ୍ରୁପ ଷ୍ଟେଜରେ ରହିବେ ଅନୁପସ୍ଥିତ । ସେପଟେ ପାଣ୍ଡ୍ୟା ନା ରୋହିତ । କିଏ ହେବେ ଅଧିନାୟକ ଜାରି ରହିଛି ଦ୍ବନ୍ଦ୍ବ

Jasprit Bumrah+

Jasprit Bumrah+ Photograph: (KanakNews)

କନକ ବ୍ୟୁରୋ : ୨୨ ମାର୍ଚ୍ଚରେ ଆରମ୍ଭ ହେଉଛି ଆଇପିଏଲ । ଆଇପିଏଲର ଅନ୍ୟତମ ଚର୍ଚ୍ଚିତ ଓ ଲୋକପ୍ରିୟ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ବର୍ଷ ମୁମ୍ବାଇର ପ୍ରଦଶର୍ନ ଭଲ ରହିନଥିଲା ,୨୦୨୫ରେ ଦଳ ଭଲ କରିବାକୁ ପାଣ୍ଡ୍ୟାଙ୍କ ନେତ୍ବତ୍ତ୍ବରେ ମଇଦାନକୁ ଓହ୍ଲାଇବ ହେଲେ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ପ୍ରମୁଖ ବୋଲର ଡେଥ ଓଭର ସ୍ପେଷାଲିଷ୍ଟ ଜସପ୍ରିତ ବୁମରାହ ପ୍ରଥମ ପର୍ଯ୍ୟାୟର କିଛିଟା ମ୍ୟାଚ ଖେଳିବେନି । ବ୍ୟାକ୍ ଇଂଜୁରୀ କାରଣରୁ ଚାମ୍ପିୟନ୍ସ ଟ୍ରଫି ଖେଳିପାରିନଥିଲେ ବୁମରାହ ,ଏବେ ମୁମ୍ବାଇ ଆଇପିଏଲ ଆରମ୍ଭର କିଛିଟା ମ୍ୟାଚରେ ବୁମରାହଙ୍କୁ ଦେଖିବାକୁ ମିଳିବନି । 

ସୂଚନା ଅନୁସାରେ , ବୁମରାହ ଏପ୍ରିଲରେ ମୁମ୍ବାଇ ଦଳ ସହ ଯୋଗ ଦେବେ । ଅନ୍ୟପଟେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମ ମ୍ୟାଚରେ ନଜର ଆସିବେନି ।୨୦୨୪ ଆଇପିଏଲ ମୁମ୍ବାଇର ଅନ୍ତିମ ମ୍ୟାଚରେ ଧୀମା ବୋଲିଂ ପାଇଁ ପାଣ୍ଡ୍ୟାଙ୍କୁ ଦଣ୍ଡିତ କରାଯାଇଥିଲା ଫଳସ୍ବରୁପ ହାର୍ଦ୍ଦିକ ୨୦୨୫ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେନି । ତେବେ ମୁମ୍ବାଇ ତାର ପ୍ରଥମ ମ୍ୟାଚରେ ସର୍ୟ୍ୟକୁମାର ଯାଦବ କିମ୍ବା ରୋହିତ ଶର୍ମାଙ୍କୁ ଅଧିନାୟକ କରିପାରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe