କନକ ବ୍ୟୁରୋ : ୨୨ ମାର୍ଚ୍ଚରେ ଆରମ୍ଭ ହେଉଛି ଆଇପିଏଲ । ଆଇପିଏଲର ଅନ୍ୟତମ ଚର୍ଚ୍ଚିତ ଓ ଲୋକପ୍ରିୟ ଦଳ ହେଉଛି ମୁମ୍ବାଇ ଇଣ୍ଡିଆନ୍ସ । ପୂର୍ବ ବର୍ଷ ମୁମ୍ବାଇର ପ୍ରଦଶର୍ନ ଭଲ ରହିନଥିଲା ,୨୦୨୫ରେ ଦଳ ଭଲ କରିବାକୁ ପାଣ୍ଡ୍ୟାଙ୍କ ନେତ୍ବତ୍ତ୍ବରେ ମଇଦାନକୁ ଓହ୍ଲାଇବ ହେଲେ ଦଳକୁ ଏକ ବଡ ଝଟକା ଲାଗିଛି । ଦଳର ପ୍ରମୁଖ ବୋଲର ଡେଥ ଓଭର ସ୍ପେଷାଲିଷ୍ଟ ଜସପ୍ରିତ ବୁମରାହ ପ୍ରଥମ ପର୍ଯ୍ୟାୟର କିଛିଟା ମ୍ୟାଚ ଖେଳିବେନି । ବ୍ୟାକ୍ ଇଂଜୁରୀ କାରଣରୁ ଚାମ୍ପିୟନ୍ସ ଟ୍ରଫି ଖେଳିପାରିନଥିଲେ ବୁମରାହ ,ଏବେ ମୁମ୍ବାଇ ଆଇପିଏଲ ଆରମ୍ଭର କିଛିଟା ମ୍ୟାଚରେ ବୁମରାହଙ୍କୁ ଦେଖିବାକୁ ମିଳିବନି ।
ସୂଚନା ଅନୁସାରେ , ବୁମରାହ ଏପ୍ରିଲରେ ମୁମ୍ବାଇ ଦଳ ସହ ଯୋଗ ଦେବେ । ଅନ୍ୟପଟେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ପ୍ରଥମ ମ୍ୟାଚରେ ନଜର ଆସିବେନି ।୨୦୨୪ ଆଇପିଏଲ ମୁମ୍ବାଇର ଅନ୍ତିମ ମ୍ୟାଚରେ ଧୀମା ବୋଲିଂ ପାଇଁ ପାଣ୍ଡ୍ୟାଙ୍କୁ ଦଣ୍ଡିତ କରାଯାଇଥିଲା ଫଳସ୍ବରୁପ ହାର୍ଦ୍ଦିକ ୨୦୨୫ ଆଇପିଏଲର ପ୍ରଥମ ମ୍ୟାଚ ଖେଳିପାରିବେନି । ତେବେ ମୁମ୍ବାଇ ତାର ପ୍ରଥମ ମ୍ୟାଚରେ ସର୍ୟ୍ୟକୁମାର ଯାଦବ କିମ୍ବା ରୋହିତ ଶର୍ମାଙ୍କୁ ଅଧିନାୟକ କରିପାରେ ।