କନକ ବ୍ୟୁରୋ: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ଝଟ୍କା । ଚାରିଥରର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜେନ ଗୋହାଇନ ବିଜେପିରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ବିଜେପି ଛାଡ଼ିଛନ୍ତି ୧୮ ଜଣ ନେତା । ୭୪ ବର୍ଷୀୟ ରାଜେନ ଗୋହାଇନ୍ ୩୪ ବର୍ଷ ଧରି ବିଜେପି ସହ ସଂପୃକ୍ତ ଥିଲେ। ଆରଏସଏସ୍ ସହ ମଧ୍ୟ ତାଙ୍କର ସମ୍ପର୍କ ଥିଲା। ବିଜେପି ଏହାର ମୂଳ ଆଦର୍ଶ ଓ ଆଞ୍ଚଳିକ ପ୍ରତିବଦ୍ଧତାରୁ ଓହରି ଯାଇଥିବା ଅଭିଯୋଗ କରି ଦଳ ଛାଡ଼ିଛନ୍ତି ରାଜେନ୍ ଗୋହାଇନ୍ । ଆସାମର ମୂଳ ଆଦିବାସୀଙ୍କୁ ବିଜେପି ହତାଶ କରୁଛି। ବାହାର ଲୋକଙ୍କୁ ଆସାମରେ ବସତି ସ୍ଥାପନ ପାଇଁ ଅନୁମତି ଦେଉଛି ବିଜେପି । ରାଜେନ ଗୋହାଇନ ଅଭିଯୋଗ କରିଛନ୍ତି ଯେ ବିଜେପିର ବରିଷ୍ଠ ନେତାମାନେ ପରିବାରବାଦକୁ ଉତ୍ସାହିତ କରୁଛନ୍ତି। ଏହାର ପ୍ରତିବାଦରେ ରାଜେନ ଗୋହାଇନ୍ ବିଜେପି ଛାଡ଼ିଥିବା ବେଳେ ତାଙ୍କ ଭବିଷ୍ୟତ ଯୋଜନା ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ବିଜେପି ଛାଡ଼ିଲେ ୧୮ ନେତା
ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ଝଟ୍କା
ବିଜେପିରୁ ବରିଷ୍ଠ ନେତା ରାଜେନ ଗୋହାଇନଙ୍କ ଇସ୍ତଫା
ଚାରିଥର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ଥିଲେ ଗୋହାଇନ୍
ରାଜେନଙ୍କ ସହ ବିଜେପି ଛାଡ଼ିଲେ ୧୮ ଜଣ ନେତା
ବିଜେପିରେ ପରିବାରବାଦକୁ ପ୍ରୋତ୍ସାହନ ଅଭିଯୋଗ
ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ପଷ୍ଟ କରିନାହାନ୍ତି ରାଜେନ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/09/ssss-2025-10-09-22-28-09.jpg)