ଟିମ୍ ଇଣ୍ଡିଆକୁ ଲାଗିପାରେ ବଡ଼ ଝଟକା; ବିଶ୍ୱକପ୍ ଦଳରୁ ବାଦ୍ ପଡ଼ିପାରନ୍ତି ତିଲକ ବର୍ମା

Advertisment

T-20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା ଏସିଆ କପ୍ ଫାଇନାଲର ହିରୋ ତଥା ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍  ତିଲକ ବର୍ମା ଆହତ ହେବା କାରଣରୁ ଦଳରୁ ବାହାରି ପାରନ୍ତି ବୋଲି ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ପେଟରେ ଗମ୍ଭୀର ଆଘାତ ଲାଗିଛି, ଯେଉଁ କାରଣରୁ ସେ ୩ରୁ ୪ ସପ୍ତାହ ପାଇଁ ଦଳରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।

T-20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା ଏସିଆ କପ୍ ଫାଇନାଲର ହିରୋ ତଥା ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍  ତିଲକ ବର୍ମା ଆହତ ହେବା କାରଣରୁ ଦଳରୁ ବାହାରି ପାରନ୍ତି ବୋଲି ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ପେଟରେ ଗମ୍ଭୀର ଆଘାତ ଲାଗିଛି, ଯେଉଁ କାରଣରୁ ସେ ୩ରୁ ୪ ସପ୍ତାହ ପାଇଁ ଦଳରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।

tilak verma

tilak verma Photograph: (kanak news)

କନକ ବ୍ୟୁରୋ: T-20 ବିଶ୍ୱକପ ପୂର୍ବରୁ ଭାରତୀୟ ଦଳକୁ ଲାଗିଛି ବଡ଼ ଝଟକା, ଏସିଆ କପ୍ ଫାଇନାଲର ହିରୋ ତଥା ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍  ତିଲକ ବର୍ମା ଆହତ ହେବା କାରଣରୁ ଦଳରୁ ବାହାରି ପାରନ୍ତି ବୋଲି ଖବର ଆସିଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ପେଟରେ ଗମ୍ଭୀର ଆଘାତ ଲାଗିଛି, ଯେଉଁ କାରଣରୁ ସେ ୩ରୁ ୪ ସପ୍ତାହ ପାଇଁ ଦଳରୁ ବାହାର ହୋଇପାରନ୍ତି ବୋଲି ଖବର ଆସିଛି ।

୨୩ ବର୍ଷୀୟ ଏହି ବାମହାତୀ ବ୍ୟାଟର ରାଜକୋଟରେ ହାଇଦ୍ରାବାଦ ପକ୍ଷରୁ ବିଜୟ ହଜାରେ ଟ୍ରଫି ଖେଳୁଥିବା ସମୟରେ ହଠାତ୍ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ଗୋକୁଳ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଯାଞ୍ଚ ପରେ ତାଙ୍କ ପାଖରେ 'ଟେଷ୍ଟିକ୍ୟୁଲାର ଟର୍ସନ' ଚିହ୍ନଟ ହୋଇଥିଲା। ଯେଉଁ କାରଣରୁ ଡାକ୍ତରମାନେ ତୁରନ୍ତ ତାଙ୍କୁ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ।

ଅନ୍ୟପଟେ ସୌରାଷ୍ଟ୍ର କ୍ରିକେଟ୍ ଆସୋସିଏସନର ସଭାପତି ଜୟଦେବ ଶାହ କହିଛନ୍ତି ଯେ, ତିଲକଙ୍କ ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେ ଏବେ ସୁସ୍ଥ ଅଛନ୍ତି। ତେବେ ଏହି ସମସ୍ୟା କାରଣରୁ ୨୧ ଜାନୁଆରିରୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ଟି-୨୦ ସିରିଜରୁ ତିଲକ ବାଦ୍ ପଡିପାରନ୍ତି ଏବଂ ବିଶ୍ୱକପ୍ ଖେଳିବା ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି। ତାଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଆହୁରି ପଢ଼ନ୍ତୁ : ବାଂଲାଦେଶରେ ନିର୍ବାଚନ ପୂର୍ବରୁ ବିଏନପି ନେତାଙ୍କୁ ହତ୍ୟା: ୟୁନୁସ ସରକାରଙ୍କ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ

ସୂଚନାଯୋଗ୍ୟ ଯେ, ତିଲକ ଗତ ଏକ ବର୍ଷ ହେବ ଭାରତୀୟ ଟି-୨୦ ଦଳର ନିୟମିତ ସଦସ୍ୟ ରହିଆସିଛନ୍ତି । ସେ ଏସିଆ କପ୍ ୨୦୨୫ ଫାଇନାଲରେ ପାକିସ୍ତାନ ବିପକ୍ଷରେ ଅପରାଜିତ ୬୯ ରନ୍ ସଂଗ୍ରହ କରି ଦଳକୁ ଚାମ୍ପିଅନ୍ କରାଇଥିଲେ। ତେବେ ଯଦି ତିଲକ ବର୍ମା ବିଶ୍ୱକପ୍ ଟିମରୁ ବାଦ୍ ପଡ଼ନ୍ତି, ତେବେ ତାଙ୍କ ଜାଗାରେ ଶ୍ରେୟାସ୍ ଆୟରଙ୍କୁ ଦଳରେ ଜାଗା ମିଳିପାରେ ବୋଲି ଚର୍ଚ୍ଚା ହେଉଛି । କାହିଁକି ନା ଭାରତର ଦିନିକିଆ ଦଳର ଉପ-ଅଧିନାୟକ ତଥା ମଧ୍ୟକ୍ରମ ବ୍ୟାଟର ଶ୍ରେୟସ ଆୟରଙ୍କୁ ବେଙ୍ଗାଲୁରୁ ସ୍ଥିତ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ମେଡିକାଲ ଟିମ୍ 'ମ୍ୟାଚ୍ ଫିଟ୍' ଘୋଷଣା କରିଛନ୍ତି। ଏହାପରେ ସେ ବିଜୟ ହଜାରେ ଟ୍ରଫିରେ ମୁମ୍ବାଇ ପକ୍ଷରୁ ହିମାଚଳ ପ୍ରଦେଶ ବିପକ୍ଷରେ ଖେଳି ୫୩ ବଲ୍‌ରୁ ୮୨ ରନର ଏକ ଦମଦାର ଇନିଂସ ଖେଳିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe