କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ଆଜି ହାଫ୍ ଡେ' ସ୍କୁଲ । ଦିନ ଗୋଟାଏ ଯାଏଁ ଖୋଲା ରହିବ ସବୁ ସ୍କୁଲ୍ । ଦିନ ଗୋଟାଏ ପରେ ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ଘୋଷଣା କରାଯାଇଛି । ଟ୍ରାଫିକ କଟକଣା ଯୋଗୁ ଯାତାୟତ କରିବାରେ ପିଲାମାନେ ଅସୁବିଧାରେ ସମ୍ମୁଖୀନ ହେବେ । ଏହି ଆଶଙ୍କାରେ ଆଜି ହାଫ୍ ଡେ' ସ୍କୁଲ କରାଯିବା ପାଇଁ ଘୋଷଣା ହୋଇଛି ।

Advertisment

ଆଜିଠୁ ଭୁବନେଶ୍ୱରରେ ୫୯ ତମ ଡିଜି-ଆଇଜି ସମ୍ମିଳନୀ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଏନ୍‌ଏସ୍‌ଏ ଅଜିତ ଡୋଭାଲ ସାମିଲ ହେବେ । ତିନି ଦିନ ଧରି ଭାରତର ସୁରକ୍ଷା ବ୍ୟବସ୍ଥା ଉପରେ ଡିଜିପି ସମ୍ମିଳନୀରେ ଚର୍ଚ୍ଚା ଓ ଆଲୋଚନା ହେବ । କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ସମସ୍ତ ରାଜ୍ୟର ଡିଜି ଆଇଜିପି ଓ ବିଭିନ୍ନ ସୁରକ୍ଷା ବଳର ମୁଖ୍ୟ ।

ଗୃହମନ୍ତ୍ରୀ ଅମିତ ଶାହ ଦିନ ୧ଟା ୧୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ସିଧାସଳଖ ଲୋକସେବା ଭବନ କନ୍‌ଭେନସନ୍‌ ହଲକୁ ଯିବେ । ସେଠାରେ ଡିଜି-ଆଇଜିପି ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ରାତି ୮ଟା ପର୍ଯ୍ୟନ୍ତ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା କରାଯିବ । ବୈଠକ ସରିବା ପରେ ଅମିତ ଶାହ ଆଇପିଏସ୍‌ ମେସ୍‌କୁ ଯାଇ ରାତ୍ରିଯାପନ କରିବେ ବୋଲି ସୂଚନା ମିଳିଛି ।