ନୀତିଶଙ୍କୁ ଖୁସି କରିବା ପାଇଁ? ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ବଢିବ ଆଇଆଇଟି ସିଟ୍ ସଂଖ୍ୟା ।

Advertisment

ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି

ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି

ନୀତିଶଙ୍କୁ ଖୁସି କରିବା ପାଇଁ?

ନୀତିଶଙ୍କୁ ଖୁସି କରିବା ପାଇଁ? Photograph: (KanakNews )

କନକ ବ୍ୟୁରୋ: ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର ମଧ୍ୟ କ୍ଷମତାକୁ ବଢାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ । ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହା ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟରେ ମୋଦୀ ସରକାର ବିହାର ଆଉ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍ କରିଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହେଇଥିଲା । ଖାସ୍ କରି ନୀତିଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଏପରି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଆଉ ଏବେ ପୂର୍ଣ୍ଣ ବଜେଟରେ ମଧ୍ୟ ବିହାର ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । 

ଏହାସହ ବଜେଟରେ ଚାଷୀଙ୍କ ପାଇଁ ମଧ୍ୟ ବଡ଼ ଘୋଷଣା ହୋଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଚାଷୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାର ଘୋଷଣା କରିବା ସହିତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ । ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ । ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର । ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe