ମଜବୁତ ହେଉଛି ଭାରତ-ସିଙ୍ଗାପୁର ସମ୍ପର୍କ : ପ୍ରଯୁକ୍ତିବିଦ୍ୟା ଓ ବାଣିଜ୍ୟ ସହଯୋଗ ନେଇ ବଡ଼ ଚୁକ୍ତି

Advertisment

ନୂଆଦିଲ୍ଲୀରେ ହୋଇଥିବା ଏହି ବୈଠକରେ ଦୁଇ ଦେଶ ସେମିକଣ୍ଡକ୍ଟର, ଡିଜିଟାଲ ଟେକ୍ନୋଲୋଜି ଓ କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ଅଧିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଓ୍ଵାଙ୍ଗ କହିଛନ୍ତି ଯେ, ଭାରତର ଦ୍ରୁତ ବିକାଶ ଏସିଆରେ ସ୍ଥିରତା ଓ ସମୃଦ୍ଧି ଆଣିବ ଏବଂ ସିଙ୍ଗାପୁର ଭାରତର ସେମିକଣ୍ଡକ୍ଟର ହବ୍ ଗଠନରେ ସହଯୋଗ କରିବ ।

ନୂଆଦିଲ୍ଲୀରେ ହୋଇଥିବା ଏହି ବୈଠକରେ ଦୁଇ ଦେଶ ସେମିକଣ୍ଡକ୍ଟର, ଡିଜିଟାଲ ଟେକ୍ନୋଲୋଜି ଓ କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ଅଧିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଓ୍ଵାଙ୍ଗ କହିଛନ୍ତି ଯେ, ଭାରତର ଦ୍ରୁତ ବିକାଶ ଏସିଆରେ ସ୍ଥିରତା ଓ ସମୃଦ୍ଧି ଆଣିବ ଏବଂ ସିଙ୍ଗାପୁର ଭାରତର ସେମିକଣ୍ଡକ୍ଟର ହବ୍ ଗଠନରେ ସହଯୋଗ କରିବ ।

62

କନକ ବ୍ୟୁରୋ : ଭାରତ ଓ ସିଙ୍ଗାପୁର ମଧ୍ୟରେ ସେମିକଣ୍ଡକ୍ଟର ଓ ସପ୍ଲାଇ ଚେନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓ୍ଵାଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀରେ ହୋଇଥିବା ଏହି ବୈଠକରେ ଦୁଇ ଦେଶ ସେମିକଣ୍ଡକ୍ଟର, ଡିଜିଟାଲ ଟେକ୍ନୋଲୋଜି ଓ କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ଅଧିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଓ୍ଵାଙ୍ଗ କହିଛନ୍ତି ଯେ, ଭାରତର ଦ୍ରୁତ ବିକାଶ ଏସିଆରେ ସ୍ଥିରତା ଓ ସମୃଦ୍ଧି ଆଣିବ ଏବଂ ସିଙ୍ଗାପୁର ଭାରତର ସେମିକଣ୍ଡକ୍ଟର ହବ୍ ଗଠନରେ ସହଯୋଗ କରିବ । ଗତ ବର୍ଷ ମୋଦୀଙ୍କ ସିଙ୍ଗାପୁର ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା, ଯାହା ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜଭୁତ କରିବ । ଏହି ସହଯୋଗ ଭାରତକୁ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାରେ ସହାୟକ ହେବ ।  
ସେମିକଣ୍ଡକ୍ଟର ସାମଗ୍ରୀ ପାଇଁ ‘ଗ୍ରିନ୍ ଲେନ୍’ ସୁବିଧା ସହଯୋଗ ବୃଦ୍ଧି କରିବ
ଗୁଜରାଟରେ ସେମିକଣ୍ଡକ୍ଟର ପାଇଁ କୌଶଳ ତାଲିମ କେନ୍ଦ୍ର ପ୍ରତିଷ୍ଠା ଆଲୋଚନା
ଗବେଷଣା ଓ ନବସୃଜନରେ ଦୁଇ ଦେଶ ମଧ୍ୟରେ ମିଳିତ ସହଯୋଗ
ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ିବାରେ ସିଙ୍ଗାପୁରର ସମର୍ଥନ
ସିଙ୍ଗାପୁର ହେଉଛି ଭାରତରେ ସବୁଠାରୁ ବଡ଼ ବିଦେଶୀ ନିବେଶକ 
ମୋଟ ଏଫ୍‌ଆଇଡିର ପ୍ରାୟ ଏକ-ଚତୁର୍ଥାଂଶ ସିଙ୍ଗାପୁରରୁ ଆସିଥାଏ
ୱଙ୍ଗ କହିଛନ୍ତି, ଭାରତ ଏପର୍ଯ୍ୟନ୍ତ ସିଙ୍ଗାପୁର ନିର୍ମିତ ୨୦ ରୁ ଅଧିକ ଉପଗ୍ରହ ପ୍ରକ୍ଷେପଣ କରିଛି
 ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ମହାକାଶ କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି ପାଇବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe