କନକ ବ୍ୟୁରୋ : ଭାରତ ଓ ସିଙ୍ଗାପୁର ମଧ୍ୟରେ ସେମିକଣ୍ଡକ୍ଟର ଓ ସପ୍ଲାଇ ଚେନ୍ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ଓ୍ଵାଙ୍ଗଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି । ନୂଆଦିଲ୍ଲୀରେ ହୋଇଥିବା ଏହି ବୈଠକରେ ଦୁଇ ଦେଶ ସେମିକଣ୍ଡକ୍ଟର, ଡିଜିଟାଲ ଟେକ୍ନୋଲୋଜି ଓ କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ଅଧିକ କରିବାକୁ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ ଓ୍ଵାଙ୍ଗ କହିଛନ୍ତି ଯେ, ଭାରତର ଦ୍ରୁତ ବିକାଶ ଏସିଆରେ ସ୍ଥିରତା ଓ ସମୃଦ୍ଧି ଆଣିବ ଏବଂ ସିଙ୍ଗାପୁର ଭାରତର ସେମିକଣ୍ଡକ୍ଟର ହବ୍ ଗଠନରେ ସହଯୋଗ କରିବ । ଗତ ବର୍ଷ ମୋଦୀଙ୍କ ସିଙ୍ଗାପୁର ଗସ୍ତ ପରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଏମଓୟୁ ସ୍ୱାକ୍ଷରିତ ହୋଇଥିଲା, ଯାହା ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ମଜଭୁତ କରିବ । ଏହି ସହଯୋଗ ଭାରତକୁ ବିଶ୍ୱସ୍ତରୀୟ ସେମିକଣ୍ଡକ୍ଟର ଉତ୍ପାଦନ କେନ୍ଦ୍ର ଭାବେ ପ୍ରତିଷ୍ଠା କରିବାରେ ସହାୟକ ହେବ ।  
ସେମିକଣ୍ଡକ୍ଟର ସାମଗ୍ରୀ ପାଇଁ ‘ଗ୍ରିନ୍ ଲେନ୍’ ସୁବିଧା ସହଯୋଗ ବୃଦ୍ଧି କରିବ
ଗୁଜରାଟରେ ସେମିକଣ୍ଡକ୍ଟର ପାଇଁ କୌଶଳ ତାଲିମ କେନ୍ଦ୍ର ପ୍ରତିଷ୍ଠା ଆଲୋଚନା
ଗବେଷଣା ଓ ନବସୃଜନରେ ଦୁଇ ଦେଶ ମଧ୍ୟରେ ମିଳିତ ସହଯୋଗ
ଭାରତର ସେମିକଣ୍ଡକ୍ଟର ଶିଳ୍ପକୁ ବିଶ୍ୱସ୍ତରୀୟ କେନ୍ଦ୍ର ଭାବେ ଗଢ଼ିବାରେ ସିଙ୍ଗାପୁରର ସମର୍ଥନ
ସିଙ୍ଗାପୁର ହେଉଛି ଭାରତରେ ସବୁଠାରୁ ବଡ଼ ବିଦେଶୀ ନିବେଶକ 
ମୋଟ ଏଫ୍‌ଆଇଡିର ପ୍ରାୟ ଏକ-ଚତୁର୍ଥାଂଶ ସିଙ୍ଗାପୁରରୁ ଆସିଥାଏ
ୱଙ୍ଗ କହିଛନ୍ତି, ଭାରତ ଏପର୍ଯ୍ୟନ୍ତ ସିଙ୍ଗାପୁର ନିର୍ମିତ ୨୦ ରୁ ଅଧିକ ଉପଗ୍ରହ ପ୍ରକ୍ଷେପଣ କରିଛି
 ଦୁଇ ଦେଶ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ, ମହାକାଶ କ୍ଷେତ୍ରରେ ସହଯୋଗ ଆହୁରି ବୃଦ୍ଧି ପାଇବ