କନକ ବ୍ୟୁରୋ: ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ଥାନା ପୋଲିସ। ଦୁଇ ଅଭିଯୁକ୍ତ ହେଲେ ୨୦ ବର୍ଷୀୟ ଅଲେଖ ମାଝୀ ଓ ୨୪ ବର୍ଷୀୟ ପରମାନନ୍ଦ ଦିଶାରୀ। ଅଭିଯୁକ୍ତ ଦୁଇ ଜଣ ଜେରା ବେଳେ ସ୍ବୀକାର କରିଛନ୍ତି ଯେ, ସେମାନେ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିଥିଲେ। ପରେ ଧରା ପଡିଯିବା ଭୟରେ ତାକୁ ଶ୍ବାସରୁଦ୍ଧ କରି ହତ୍ୟା କରିଥିଲେ। ଗତ ୧୭ ତାରିଖରେ ଦିନ ଗୋଟାଏରେ ନିଜ ଘରୁ ଶୌଚ ପାଇଁ ଯାଇଥିବାବେଳେ ଘରକୁ ଫେରିନଥିଲେ ନାବାଳିକା ଜଣଙ୍କ, ବହୁ ଖୋଜାଖୋଜି ପରେ ସନ୍ଧ୍ୟା ୭ଟାରେ ପରିତ୍ୟକ୍ତ ସ୍ଥାନରୁ ମିଳିଥିଲା ନାବାଳିକାଙ୍କ ମୃତଦେହ। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି।
ନବରଙ୍ଗପୁର ନାବାଳିକା ଦୁଷ୍କର୍ମ ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ। ୨ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ।
Advertisment
Follow Us