କନକ ବ୍ୟୁରୋ : ଦିଗହରା ଜୀବନକୁ ମିଳିଛି ବଞ୍ଚିବାର ରାହା । ଜୀବନ ଆକାଶରେ ଘୋଟିଥିବା କଳା ବାଦଲ ଧିରେଧିରେ ହଟି ଯାଇଛି । ପୁଣିଥରେ ଥୁଣ୍ଟା ଗଛରେ ପତ୍ର କଅଁଳିବା ଆରମ୍ଭ କରିଛି । ବୟସର ଅପରାହ୍ଣରେ ଟିକେ ସରଳ ହୋଇଛି ଜୀବନ । ଏ କାହାଣୀର ନାୟିକା ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଉଦଳା ରାଢ଼ୋ ଗାଁର ବୁଧୁନି । 

Advertisment

ଭଙ୍ଗା କୁଡ଼ିଆରେ ଅତ୍ୟନ୍ତ ଦୁର୍ବିସହ ଜୀବନ କାଟୁଥିଲେ ବୁଧୁନି । ଏନେଇ କନକ ନ୍ୟୁଜ୍‌ରେ ଖବର ପ୍ରସାରଣ ହୋଇଥିଲା । ବୃଦ୍ଧାଙ୍କ କାହାଣୀ ଗଣମାଧ୍ୟମରୁ ଦେଖିବା ପରେ ପ୍ରଶାସନର ନିଦ ଭାଙ୍ଗିଛି । ବୃଦ୍ଧାଙ୍କ ଉପରେ ସରକାରୀ ବାବୁଙ୍କ ନଜର ପଡ଼ିଛି । ଉଦଳା ବିଡ଼ିଓ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ବୃଦ୍ଧାଶ୍ରମକୁ ପଠାଯାଇଛନ୍ତି । କେବଳ ବୁଧୁନି ନୁହଁନ୍ତି ତାଙ୍କ ଭଳି ଅନେକ ଲୋକ ଅଛନ୍ତି, ଯେଉଁମାନେ ଏମିତି ଦୟନୀୟ ସ୍ଥିତିରେ ଜୀବନ ଯାପନ କରୁଛନ୍ତି । ପ୍ରଶାସନିକ ସ୍ତରରେ ସେମାନଙ୍କୁ ଚିହ୍ନଟ କରି ସେବା ଯୋଗାଇ ଦେବା ଜରୁରୀ ହୋଇପଡ଼ିଛି ।