Photograph: (kanaknews)
କନକ ବ୍ୟୁରୋ : ବ୍ରହ୍ମପୁର ସହରରେ କାହିଁ କେଉଁ କାଳରୁ ଭଡ଼ାରେ ମିଳୁଛି ସାଇକେଲ୍। ସହରକୁ ପ୍ରତିଦିନ ବହୁ ବ୍ୟବସାୟୀ ଓ ଲୋକ ଆସନ୍ତି । ସେମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭଡ଼ା ସାଇକେଲ୍ର ଚାହିଦା ଦୀର୍ଘ ବର୍ଷ ଧରି ରହିଆସିଛି । କିନ୍ତୁ ଏବେ ଯାନବାହନ ସଂଖ୍ୟା ବୃଦ୍ଧି ପାଇବା ସହ ଭଡ଼ା ସାଇକେଲ୍ ବ୍ୟବସାୟ ଧୀରେ ଧୀରେ କମିବାରେ ଲାଗିଛି । ସହରରେ ଏବେ ମାତ୍ର ୮ରୁ ୧୦ଟି ସ୍ଥାନରେ ଭଡ଼ାରେ ମିଳୁଛି ସାଇକେଲ। ..
ଅଧିକ ପଢନ୍ତୁ.. ହୋଲ୍ଡିଂ ଟିକସ ଆଦାୟରେ ପଛରେ ପଡ଼ିଛି ପୁରୀ : ପୂରଣ ହୋଇପାରୁନି ବାର୍ଷିକ ଲକ୍ଷ୍ୟ
ବ୍ରହ୍ମପୁର ସହରକୁ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ସହ ଦକ୍ଷିଣ ଓଡ଼ିଶାର ବହୁ ବ୍ୟବସାୟୀ ଦୀର୍ଘ ବର୍ଷ ଧରି ବ୍ୟବସାୟ କରିବାକୁ ଆସୁଛନ୍ତି । ପୂର୍ବରୁ ଲୋକେ ବସ୍ରେ ଆସି ସହର ମଧ୍ୟରେ ଭଡ଼ା ସାଇକେଲ ନେଇ ନିଜର ଜରୁରୀ କାମ ସାରି ଫେରୁଥିଲେ। ଏବେବି ଲୋକେ ଭଡ଼ା ସାଇକେଲ୍ ଉପରେ ନିର୍ଭର କରନ୍ତି । ହେଲେ ପୂର୍ବାପେକ୍ଷା ଏବେ କମିଯାଇଛି। ଏପରିକି ବାହାରୁ ଆସି ଏଠାରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଭଡ଼ା ସାଇକେଲ୍ ଉପରେ ନିର୍ଭର କରନ୍ତି ।
ବ୍ରହ୍ମପୁର ସହରରେ ପ୍ରାୟ ୭୦ ବର୍ଷ ଧରି ଭଡ଼ା ସାଇକେଲ୍ ବ୍ୟବସାୟ ଚାଲିଆସୁଛି । ଆଗରୁ ସହରର ଗଳିକନ୍ଦିରେ ଭଡ଼ା ସାଇକେଲ୍ ମିଳୁଥିଲା। ଘଣ୍ଟା ପିଛା ଭଡ଼ା ମାତ୍ର ୫୦ ପଇସା ଥିଲା। କିନ୍ତୁ ସମୟ ବଦଳିବା ସହିତ ଆଜି ସହରରେ ହାତଗଣତି କିଛି ସ୍ଥାନରେ ଭଡ଼ାରେ ସାଇକେଲ୍ ମିଳୁଛି। ଏବେ ଘଣ୍ଟା ପ୍ରତି ଭଡ଼ା ୫ ଟଙ୍କା ହେଲେ ମଧ୍ୟ ବ୍ୟବସାୟ ପୂର୍ବଭଳି ନାହିଁ। ତଥାପି କିଛି ବ୍ୟବସାୟୀ ଏହି ପରମ୍ପରାକୁ ବଜାୟ ରଖିଛନ୍ତି।
Follow Us