ଭୁବନେଶ୍ୱରରୁ ରାଉରକେଲା ବାହାରିଥିଲା ବିମାନ, ପହଂଚିବାକୁ ଥିଲା ଅଳ୍ପ ଦୂର, ପ୍ରଚଣ୍ଡ ଶବ୍ଦ କରି ମଝି ଆକାଶରୁ ଖସିଲା

Advertisment

ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶବ୍ଧରେ କମ୍ପିଥିଲା ପୂରା ଅଂଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ସେତବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ସିଟ୍ ବିଶିଷ୍ଟ ବିମାନ। ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍। ଅଗ୍ନିଶମ ବାହିନୀ  ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ।

ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶବ୍ଧରେ କମ୍ପିଥିଲା ପୂରା ଅଂଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ସେତବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ସିଟ୍ ବିଶିଷ୍ଟ ବିମାନ। ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍। ଅଗ୍ନିଶମ ବାହିନୀ  ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ ।

rkl

କନକ ବ୍ୟୁରୋ :  ରାଉରକେଲାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବିମାନ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୬ ଜଣ ଆହତ ହୋଇଛନ୍ତି ।  ଆହତଙ୍କୁ ରାଉରକେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିମାନ ଦୁର୍ଘଟଣାର କାରଣ ଯାନ୍ତ୍ରୀକ ତ୍ରୁଟି ବୋଲି କୁହାଯାଉଛି । ଭୁବନେଶ୍ବରରରୁ ରାଉରକେଲାକୁ ଅଭିମୁଖେ ଉଡାଣ ଭରିଥିବା ଘରୋଇ ବିମାନ କାର୍ଭାନ-୨୦୮ ହୋଇଛି ଦୁର୍ଘଟଣାଗ୍ରସ୍ତ। ଦୁର୍ଘଟଣାରେ ଖଣ୍ଡ ଖଣ୍ଡ ହୋଇଯାଇଛି ବିମାନ। ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ପାଇଲଟଙ୍କ ସମେତ ବିମାନରେ ଥିବା ୬ଜଣ। 

ଅଧିକ ପଢ଼ନ୍ତୁ :   ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ; ପାଇଲଟ୍‌ଙ୍କ ସମେତ ୬ ଯାତ୍ରୀ ଆହତ

ଅଚାନକ ମଝି ଆକାଶରୁ ଖସି ପଡିଥିଲା ଭିଟି କେଏସଏସ୍ ୧୭-୧୦୨ ବିମାନ। ପ୍ରଚଣ୍ଡ ଶବ୍ଧରେ କମ୍ପିଥିଲା ପୂରା ଅଂଚଳ। ଶବ୍ଦ ଶୁଣି ଦଉଡି ଆସିଥିଲେ ଆଖପାଖରେ ଥିବା ଲୋକ। ସେତବେଳକୁ ଖଣ୍ଡଖଣ୍ଡ ହୋଇଯାଇଥିଲା ୯ସିଟ୍ ବିଶିଷ୍ଟ ବିମାନ। ଖବର ପାଇଁ ଘଟଣାସ୍ଥଳରେ ପହଁଚିଥିଲେ ରଘୁନାଥ ପାଲି ପୁଲିସ ଓ ଲାଠିକଟା ପୁଲିସ୍। ଅଗ୍ନିଶମ ବାହିନୀ  ଫୋମ୍ ସ୍ପ୍ରେ କରିବା ସହ ଆହତ ପାଇଲଟ୍ ଓ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରିଥିଲେ । ଆହତ ପାଇଲଟ୍ ନବୀନ ଖଙ୍ଗାରା, ସହପାଇଲଟ୍ ତରୁଣ ଶ୍ରୀବାସ୍ତବ, ଯାତ୍ରୀ ଅନିତା ସାହୁ, ସବିତା ଅଗ୍ରୱାଲ, ସୁନୀଲ ଅଗ୍ରୱାଲ୍ ଓ ସୁଶାନ୍ତ ବିଶ୍ବାଳଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଇଥିଲେ ।  ସୌଭାଗ୍ୟବସତଃ ସମସ୍ତେ ଜୀବିତ ଅଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ପୂର୍ଣ୍ଣ ଘଟଣାର ସମୀକ୍ଷା କରିଛନ୍ତି । ଆହତଙ୍କୁ ସବୁ ପ୍ରକାର ସୁବିଧା ସୁଯୋଗ  ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ :   ରାଉରକେଲାରୁ ବନ୍ଧୁକ ଓ ଗୁଳି ଜବତ ମାମଲାରେ ସାମ୍ନାକୁ ଆସିଲା ନାଗାଲାଣ୍ଡ ଲିଙ୍କ୍; ବିଦେଶରୁ ଲମ୍ବିଛି ବେଆଇନ ବନ୍ଧୁକ କାରବାରର ଚେର

ଦୁର୍ଘଟଣା କେମିତି ଘଟିଲା ତାର ଖୋଳତାଡ ଆରମ୍ଭ କରିଛି ଡିଜିସିଏ । ଦିଲ୍ଲୀରୁ ଏକ ସୂତନ୍ତ୍ର ତଦନ୍ତକାରୀ ଟିମ୍ ପଠାଇଛି। ଅବତରଣ କରିବାକୁ ଆଉ ମାତ୍ର କିଛି ଦୂର ଥିବା ବେଳେ ପାଇଲଟ୍ କାହିଁକି ଫୋର୍ସ ଲ୍ୟାଣ୍ଡିଂ କରାଇଲେ?  ତାର କାରଣ ଖୋଜିବ ତଦନ୍ତକାରୀ ଦଳ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe