କନକ ବ୍ୟୁରୋ: ଏକ ଟଙ୍କାରେ କପେ ଚା' ଆଉ ଗୋଟିଏ ପ୍ୟାକେଟ ବିସ୍କୁଟ । ଖାଲି ଚା, ବିସ୍କୁଟ ନୁହେଁ ଏକ ଟଙ୍କାରେ ମଶା ଧୂପ ସାଙ୍ଗକୁ ସୋମବାରରେ ଭାତ ଓ ଡାଲମା ମଧ୍ୟ ବାଣ୍ଟୁଛନ୍ତି ରାଜଧାନୀର ଜଣେ ସମାଜସେବୀ । ୨୦୧୫ ମସିହାରୁ ଦୀର୍ଘ ୧୦ ବର୍ଷ ହେବ ଏପରି ସେବା ଯୋଗାଇ ଆସୁଛନ୍ତି ଭୁବନେଶ୍ବରର ପ୍ରେମ୍ । ପ୍ରତିଦିନ ରାତି ୧୦ ରୁ ଆରମ୍ଭ କରି ସକାଳ ୫ଟା ପର୍ୟ୍ୟନ୍ତ ଭୁବନେଶ୍ବରର ବିଭିନ୍ନ ଜାଗାରେ ଏଭଳି ନିସ୍ବାର୍ଥପର ସେବା ଯୋଗାଇ ଆସୁଛନ୍ତି ପ୍ରେମ । ଆବଶ୍ୟକୀୟ ଲୋକଙ୍କ ପାଇଁ ଏକ ଟଙ୍କାରେ ପେଟ୍ରୋଲ ଆଉ ରେନିକୋର୍ଟର ମଧ୍ୟ ସେ ଉପଲବ୍ଧ ରଖିଛନ୍ତି । ଅଧରାତିରେ କ୍ୟାପିଟାଲ ହସ୍ପିଟାଲ ସମ୍ମୁଖରେ ରୋଗୀ ସମ୍ପର୍କୀୟ ଓ ମେଡ଼ିକାଲ କର୍ମଚାରୀଙ୍କୁ ମଧ୍ୟ ଚା, ବିସ୍କୁଟ ପ୍ରଦାନ କରି ସେବାର ନିଆରା ନିଦର୍ଶଦ ଦେଖାଇଛନ୍ତି ପ୍ରେମ ।