ଆସନ୍ତା ମଙ୍ଗଳବାର ୬ଘଣ୍ଟା ଭୁବନେଶ୍ୱର ବନ୍ଦ । ପ୍ରେସମିଟରେ ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ସୂଚନା

ଆସନ୍ତା ମଙ୍ଗଳବାର ବିଜେଡିର ଭୁବନେଶ୍ୱର ବନ୍ଦ ଡାକରା । ୬ଘଣ୍ଟିଆ ବନ୍ଦ ଡାକରା ଦେଲା ବିଜେଡି

bbd

କନକବ୍ୟୁରୋ : ଭରତପୁର ଥାନା ମାମଲା ନେଇ ଧୀରେ ଧୀରେ ତେଜିଛି ରାଜନୀତି । ଏହାକୁ ବିରୋଧ କରି ଆସନ୍ତା ମଙ୍ଗଳବାର ୬ଘଣ୍ଟିଆ ଭୁବନେଶ୍ୱର ବନ୍ଦ ଡାକରା ଦେଇଛି ବିଜେଡି ।  ଏ ନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର  ସୁଚନା ଅନୁଯାୟୀ ମେଜରଙ୍କ ବାନ୍ଧବୀଙ୍କୁ ଅସଦାଚରଣ କରିବା ସହ ଗଣ୍ଡଗୋଳ ମାମଲାରେ ଗିରଫ ୭ ଅଭିଯୁକ୍ତଙ୍କୁ ମିଳିଲା ଜାମିନ ।

ଜାମିନ ପ୍ରଦାନ କରିଛନ୍ତି ଭୁବନେଶ୍ୱର ଜେଏମଏଫସି-୨ କୋର୍ଟ। ଯୁବକଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ଜାମିନଯୁକ୍ତ। ଏଭଳି ଅଭିଯୋଗରେ ଥାନାରେ ନୋଟିସ କରି ଛାଡିବା ଯୋଗ୍ୟ। ତେଣୁ କାହିଁକି କୋର୍ଟ ଚାଲାଣ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ କୋର୍ଟ । ଯାହାର ଉତ୍ତର ଦେଇପାରି ନାହାନ୍ତି ପୁଲିସ ଅଧିକାରୀ । ଭୁବନେଶ୍ବର ସୁନ୍ଦରପୁର ଛକ ନିକଟରେ ଗଣ୍ଡଗୋଳ ନେଇ ଚନ୍ଦକା ଥାନାରେ ମାମଲା ହୋଇଥିଲା ।

ଯାହାକୁ ନେଇ ୭ ଜଣ ଇଞ୍ଜିନିୟିଂ ଛାତ୍ରଙ୍କୁ ଗିରଫ କରିଥିଲା ପୁଲିସ । ଗୋଟିଏ ଗାଡ଼ି ଓ ୧୧ଟି ମୋବାଇଲ ଜବତ କରାଯାଇଥିଲା । ଗୋଟିଏ ଭିଡିଓ ଓ ଦୁଇଟି ଅଡିଓ କ୍ଲିପ ମିଳିଥିବା ବେଳେ ପୁଲିସ ଏହାର ତଦନ୍ତ କରୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe