କନକ ବ୍ୟୁରୋ : ନିଶାମୁକ୍ତ ହେବ ରାଜଧାନୀ ଭୁବନେଶ୍ଵର । ଭୁବନେଶ୍ୱର ସହରରେ ଡ୍ରଗ୍ସ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟ ସେବନ, ଚୋରାଚାଲାଣ ଓ ବିକ୍ରି ବଢିଚାଲିଛି । ଏହା ଉପରେ ଅଙ୍କୁଶ ଲଗାଇବା ନେଇ ଗତକାଲି ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ କ୍ରାଇମବ୍ରାଞ୍ଚ ସିଆଇଡି ତଥା ଡିଆଇଜି ସାର୍ଥକ ଷଡ଼ଙ୍ଗୀ, ରାଜ୍ୟ ପୁଲିସ ବିଭାଗ, ଅବକାରୀ ବିଭାଗ, ବିଏମସି ଏବଂ ଏନସିବି ଅଧିକାରୀ ଉପସ୍ଥିତ ଥିଲେ ।
ରାଜଧାନୀକୁ କିପରି ନିଶାମୁକ୍ତ କରାଯିବ, ସେନେଇ ସ୍ବତନ୍ତ୍ର ଧରପଗଡ଼ ଅଭିଯାନ କରିବାକୁ ନିଷ୍ପତ୍ତି ହୋଇଛି । ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ନିଶା ନିବାରଣ ସହିତ ଚୋରା ନିଶାଦ୍ରବ୍ୟ ବେପାରୀମାନଙ୍କୁ ଧରିବାରେ ସ୍ୱତନ୍ତ୍ର ରଣକୌଶଳ ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହିତ ସମସ୍ତ ଶିକ୍ଷାନୁଷ୍ଠାନ ଓ ତାର ଆଖପାଖ ଅଞ୍ଚଳରେ ନିଶାମୁକ୍ତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/30/12-2025-08-30-08-44-16.jpg)