କନକ ବ୍ୟୁରୋ: ଗାଡି ଭୁବନେଶ୍ୱରରେ, କିନ୍ତୁ ଚାଲାଣ କଟିଛି ଝାରସୁଗୁଡାରେ । ଗୋଟିଏ ନମ୍ବରରେ ଗଡୁଛି ଦୁଇଟି ଗାଡି । ଏମିତି ଏକ ଆଶ୍ଚର୍ଯ୍ୟ କଲାପରି ଘଟଣା ଏବେ ସାମ୍ନାକୁ ଆସିଛି । ଗାଡି ଓ ଗାଡି ମାଲିକ ଭୁବନେଶ୍ୱରରେ ଥିବା ବେଳେ ମୋବାଇଲକୁ ଆସିଛି ୭ ହଜାର ଟଙ୍କାର ଚାଲାଣ ମେସେଜ । ହେଲେ ଗାଡି କିମ୍ବା ଗାଡି ମାଲିକ ଗାଡି କିଣିବା ଦିନଠାରୁ କେବେ ବି ଝାରସୁଗୁଡା ଯାଇନାହାନ୍ତି । ସେପଟେ ଗାଡି ମାଲିକ ଘଟଣାକୁ ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ।