ଅପରାଧୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି ଭୁବନେଶ୍ୱର, ଗତ ୨ ମାସରେ ଗଡ଼ିଲାଣି ୫ ମୁଣ୍ଡ

Advertisment

ଜାନୁଆରି ୨୧ରେ ବାଲିପାଟଣା ଅଞ୍ଚଳରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ଭଣଜାକୁ ହାଣି ହତ୍ୟା କରିଥିଲା ମାମୁ। ଫେବ୍ରୁଆରି ୯ ତାରିଖରେ ସତ୍ୟ ପ୍ରକାଶ ପ୍ରଧାନ ନାମକ ଯୁବକଙ୍କୁ ପ୍ରେମିକା ଆଗରେ କରାଯାଇଥିଲା ନିର୍ମମ ହତ୍ୟା। ଫେବ୍ରୁଆରି ୧୧ତାରିଖରେ ଉତ୍ତରା ଛକ ନିକଟରେ ଅଞ୍ଜଳି ନାମକ ଜଣେ କିନ୍ନରଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦୁର୍ବୃତ୍ତ। ଆଉ ଗତ ଶନିବାର ରାତିରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦାଦା ଓ ଦୁଇ ପୁତୁରା।

A1

କନକ ବ୍ୟୁରୋ : ବର୍ଷ ଆରମ୍ଭରୁ ରାଜଧାନୀରେ ଗଡ଼ି ଚାଲିଛି ମୁଣ୍ଡ । ଅପରାଧୀମାନେ ବେଧଡ଼କ ଭାବେ କରିଚାଲିଛନ୍ତି ହତ୍ୟା । ଗତ ଦୁଇ ମାସ ଭିତରେ ରାଜଧାନୀରେ ହେଲାଣି ପ୍ରାୟ ୫ହତ୍ୟାକାଣ୍ଡ ।ନୂଆବର୍ଷରେ ନୂଆପଲ୍ଲୀରେ ଜିତେନ୍ଦ୍ର ଦାସ ହତ୍ୟାର ଶିକାର ହୋଇ ମୃତ୍ୟୁବରଣ କରିଥିଲେ। ପୂର୍ବ ଶତ୍ରୁତା ଓ ପ୍ରେମକୁ ନେଇ ଘଟିଥିଲା ଏହି ହତ୍ୟାକାଣ୍ଡ।

ଜାନୁଆରି ୨୧ରେ ବାଲିପାଟଣା ଅଞ୍ଚଳରେ ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ଭଣଜାକୁ ହାଣି ହତ୍ୟା କରିଥିଲା ମାମୁ। ଫେବ୍ରୁଆରି ୯ ତାରିଖରେ ସତ୍ୟ ପ୍ରକାଶ ପ୍ରଧାନ ନାମକ ଯୁବକଙ୍କୁ ପ୍ରେମିକା ଆଗରେ କରାଯାଇଥିଲା ନିର୍ମମ ହତ୍ୟା। ଫେବ୍ରୁଆରି ୧୧ତାରିଖରେ ଉତ୍ତରା ଛକ ନିକଟରେ ଅଞ୍ଜଳି ନାମକ ଜଣେ କିନ୍ନରଙ୍କୁ ଅତି ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦୁର୍ବୃତ୍ତ। ଆଉ ଗତ ଶନିବାର ରାତିରେ ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ନିର୍ମମ ଭାବେ ଛୁରି ଭୁସି ହତ୍ୟା କରିଥିଲେ ଦାଦା ଓ ଦୁଇ ପୁତୁରା।

ଆହୁରି ପଢ଼ନ୍ତୁ:ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ, ୟୁଟ୍ୟୁବର ରାହୁଲ ମହାରଣାଙ୍କୁ ଛୁରି ଭୁସି ହତ୍ୟା

 ରାଜଧାନୀର ଆଇନ ଶୃଙ୍ଖଳା ପରିସ୍ଥିତି କିଭଳି ରହିଛି ତାହା ଏହି ଦୁଇ ମାସର ହତ୍ୟା ତଥ୍ୟ ହିଁ ବୟାନ କରୁଛି। କେବଳ ହତ୍ୟାକାଣ୍ଡ ନୁହେଁ, ଖଣ୍ଡା ଭୁଜାଲିରେ ଲୋକଙ୍କ ହାଣି ଲହୁଲୁହାଣ କରିବା, ଛିନତାଇ, ଚୋରି, ଡକାୟତି, ବୋମା ତିଆରି ଭଳି ଅପରାଧ ଦିନକୁ ଦିନ ରାଜଧାନୀରେ ବଢ଼ିଚାଲିଛି। କିଛିଦିନ ତଳେ ପାତ୍ରପଡ଼ା ଅଞ୍ଚଳରେ ୮ଜଣ ଦୁର୍ବୃତ୍ତ ବାଇକରେ ଆସି ଏକ ଦୋକାନରେ ପଶିଲେ। ଆଗରେ ଯାହାକୁ ପାଇଲେ ଖଣ୍ଡା ଓ କାତିରେ ହାଣି ଚାଲିଲେ। ସିସିଟିଭିରେ କଏଦ ହୋଇଥିଲା ଏ ପୂରା ଘଟଣା। ସେହିଦିନ ସକାଳୁ ଜଣେ ପୁଲିସ ଅଧିକାରୀଙ୍କ ମା’ଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଫେରାର ହେବାର ଦୃଶ୍ୟ ମଧ୍ୟ ସିସିଟିଭିରେ କଏଦ ହୋଇଥିଲା। କୁଖ୍ୟାତ ଅପରାଧୀ ସେହେନୱାଜ ମଲ୍ଲିକ ବୋମା ଭିଡ଼ୁଥିବା ବେଳେ ହାତରେ ଫୁଟିଥିଲା ବୋମା। ଆଉ ସେଥିରେ ଗୁରୁତର ହୋଇ ସେହେନୱାଜ ସମେତ ତା’ ମା ଓ ପ୍ରେମିକାଙ୍କ ଜୀବନ ଯାଇଥିଲା । । ବର୍ଷ ଆରମ୍ଭରୁ ଏଭଳି ଅପରାଧ ପ୍ରାୟ ପ୍ରତ୍ୟେକ ଦିନ ଘଟୁଥିଲେ ହେଁ ଏହା ଉପରେ ରୋକ ଲଗାଇବାକୁ ସମର୍ଥ ହୋଇପାରୁନି କମିସନରେଟ ପୁଲିସ।

 ପୁଲିସ ପାଇଁ କ୍ରାଇମ ଡିଟେକ୍ସନ ଯେତିକି ଗୁରୁତ୍ୱପୂର୍ଣ୍ଣ। ତା ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି କ୍ରାଇମ ପ୍ରିଭେନସନ। ବର୍ଷ ଆରମ୍ଭରୁ ଏଥିରେ ଫେଲ ମାରିଛି କମିସନରେଟ ପୁଲିସ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe