ଭୁବନେଶ୍ୱରରେ ହେବ ଆଧୁନିକ ମାଛ ମାର୍କେଟ୍; ମେୟର-ସାଂସଦଙ୍କ ଶ୍ରେୟ ରାଜନୀତି

Advertisment

ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ । ଉତ୍ତର ଭୁବନେଶ୍ୱରର ପାଣ୍ଡେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ । ଉତ୍ତର ଭୁବନେଶ୍ୱରର ପାଣ୍ଡେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ମାଛ ମାର୍କେଟ୍; ଶ୍ରେୟ ରାଜନୀତି

ମାଛ ମାର୍କେଟ୍; ଶ୍ରେୟ ରାଜନୀତି Photograph: (KanakNews )

କନକ ବ୍ୟୁରୋ: ଭୁବନେଶ୍ୱରରେ ସ୍ଥାପନ ହେବାକୁ ଯାଉଛି ୫୦ କୋଟି ଟଙ୍କା ବ୍ୟୟବରାଦରେ ଏକ ଆଧୁନିକ ମାଛ ମାର୍କେଟ । ଉତ୍ତର ଭୁବନେଶ୍ୱରର ପାଣ୍ଡେରା ଅଞ୍ଚଳରେ ଏହି ଆଧୁନିକ ମାଛ ମାର୍କେଟ ପାଇଁ ଦୀର୍ଘ ସମୟରୁ ରାଜ୍ୟ ସରକାରଙ୍କ ସହିତ ଆଲୋଚନା କରି ଆସୁଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ୨୦୨୪ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସାଂସଦ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ସାକ୍ଷାତ କରି ସବିଶେଷ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ସହମତି ପରେ ଏହି ପ୍ରକଳ୍ପ କେନ୍ଦ୍ରକୁ ଯାଇଥିଲା । ଖୁସିର କଥା ହେଉଛି କେନ୍ଦ୍ର ମତ୍ସ୍ୟ ଓ ପଶୁ ପାଳନ ଏବଂ ଡାଏରୀ ଗମେଣ୍ଟ ଅଫ୍ ଇଣ୍ଡିଆ ଏହି ପ୍ରକଳ୍ପକୁ ମଞ୍ଜୁର କରିଛନ୍ତି । ପାଣ୍ଡେରା ନିକଟରେ ୫.୮୦ ଏକର ଜମିରେ ଏହି ଆଧୁନିକ ମାଛ ମାର୍କେଟ ସ୍ଥାପନ କରାଯିବ, ଏଥିପାଇଁ ୫୦ କୋଟିର ଅନୁଦାନ ମଞ୍ଜୁର କରିଛନ୍ତି ।

ଅନ୍ୟପଟେ ଅତ୍ୟାଧୁନିକ ମାଛ ମାର୍କେଟକୁ ନେଇ ଆରମ୍ଭ ହୋଇଛି ଶ୍ରେୟ ରାଜନୀତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜର ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି । ଆଉ ଏହି ପ୍ରସଙ୍ଗରେ ଏବେ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । କହିଛନ୍ତି ଏହି ଆଧୁନିକ ମାଛ ମାର୍କେଟ ପାଇଁ ପୂର୍ବ ସରକାର ୨୦୨୩ ମସିହାରେ ବିଏମସିକୁ ନିର୍ଦ୍ଦେଶ ଦେଇଥିଲେ। ବିଏମସି ଏନେଇ ଜାଗା ଚିହ୍ନଟ କରିବା ସହିତ ଡିପିଆର ମଧ୍ୟ ପ୍ରସ୍ତୁତ କରିଥିଲା । ସାଂସଦ କାମ କରି ଶ୍ରେୟ ନିଅନ୍ତୁ କିଛି ଅସୁବିଧା ନାହିଁ, ହେଲେ ଅନ୍ୟ କାମକୁ ନିଜର କହି ଶ୍ରେୟ ନେବା ଗ୍ରହଣୀୟ ନୁହେଁ। ନବୀନ ପଟ୍ଟନାୟକଙ୍କ ସରକାର ଏହି ମାଛ ମାର୍କେଟ ପାଇଁ ଅର୍ଥ ମଧ୍ୟ ବ୍ୟୟ ବରାଦ କରିଥିଲେ ହେଲେ ନିର୍ବାଚନ ସମୟ ଆସି ଯାଇଥିବାରୁ ଡିପିଆରକୁ ଅନୁମୋଦନ ମିଳିନଥିଲା କିନ୍ତୁ ଗତକାଲି ସରକାର ଏହାକୁ ଅନୁମୋଦିତ କରିଛନ୍ତି ସେଥିପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। କିନ୍ତୁ ସାଂସଦ ଯେଉଁଭଳି ଭାବରେ ଖାଲି ଶ୍ରେୟ ନେବା ପାଇଁ ଚାହୁଁଛନ୍ତି ତାହା ହାସ୍ୟାସ୍ପଦ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe