କନକ ବ୍ୟୁରୋ: ଭୁବନେଶ୍ୱରରେ ରେଳ ପ୍ରକଳ୍ପକୁ ନେଇ ବଡ଼ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭୁବନେଶ୍ୱରରେ ହେବ ଭୂତଳ ମେଟ୍ରୋ । ମନ୍ତ୍ରୀ କହିଛନ୍ତି ଯେ ଭୂତଳ ମେଟ୍ରୋ ପାଇଁ ନୂଆ ଆଲାଇନମେଣ୍ଟ୍ ତିଆରି ହୋଇନାହିଁ । ନଗର ଉନ୍ନୟନ ବିଭାଗ ଆଲାଇନମେଣ୍ଟ୍ କରିବା ପରେ ରେଳ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହେବ । ଏଲିଭେଟେଡ୍ ମେଟ୍ରୋ ହେବ ନାହିଁ । ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ନିର୍ମାଣ ହେବ । ଏଲିଭେଟେଡ୍ ହେଲେ ଭୁବନେଶ୍ୱର ସହରର ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ନଷ୍ଟ ହେବ । ଏହାକୁ ଅକ୍ଷୂଣ୍ଣ ରଖିବାକୁ ଭୂତଳ ମେଟ୍ରୋ କରିବାକୁ ଯୋଜନା ପ୍ରସ୍ତୁତ ହେଉଛି । କଣ ରହିବ ରୂପରେଖ ସେନେଇ ନଗର ଉନ୍ନୟନ ବିଭାଗ କାର୍ଯ୍ୟ ଆରମ୍ଭ କରିଛି ।
ଗତବର୍ଷ ନଭେମ୍ବର ମାସରେ ୨୦୨୭ ମସିହା ନଭେମ୍ବର ସୁଦ୍ଧା ମେଟ୍ରୋ ପ୍ରକଳ୍ପ ସରିବ ବୋଲି ସୂଚନା ଦେଇଥିଲେ ରାଜ୍ୟ ସରକାର । ୩ କୋଚ୍ ବିଶିଷ୍ଟ ୧୩ଟି ମେଟ୍ରୋ ଟ୍ରେନ୍ କିଣିବାକୁ ଯୋଜନା ରଖିଥିଲେ ସରକାର । ଏବେ ମେଟ୍ରୋ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା କରାଯାଉଛି । ବିଭିନ୍ନ ସ୍ଥାନରୁ ୫୦-୬୦ ମିଟର ତଳୁ ମାଟି ନେଇ ଦିଲ୍ଲୀ ଓ କଟକ ଲାବୋରେଟାରିରେ ମାଟି ପରୀକ୍ଷା କରାଯାଇଥିଲା । ମାଟି ପରୀକ୍ଷା ସରିବା ପରେ ଆରମ୍ଭ ହେବ ଫାଉଣ୍ଡେସନ ଡିଜାଇନ୍ । ତ୍ରିଶୁଳିଆ ଫୁଲପୋଖରୀ ରତାଗଡ଼ଠାରେ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ମେଣ୍ଟେନାନସ୍ ଡିପୋ ତିଆରି କାମ ମଧ୍ୟ ଚାଲୁ ରହିଥିଲା । ତେବେ ସେହି ସମୟରେ ଭୂମିଠାରୁ ୧୩ମିଟର ଉଚ୍ଚରେ ମେଟ୍ରୋ ଟ୍ରେନ୍ ଚାଲିବ ବୋଲି କୁହାଯାଇଥିଲା । ପ୍ରତି ୧୦ ମିନିଟ୍ ବ୍ୟବଧାନରେ ମେଟ୍ରୋ ଟ୍ରେନ୍ ଚାଲିବ । ଏନେଇ ସୂଚନା ଦେଇଛନ୍ତି ମଟ୍ରୋ ରେଳ କର୍ପୋରେସନ୍ କର୍ତ୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/06/08/qmjiJNIRsmMYNVtUN8By.jpg)