କନକ ବ୍ୟୁରୋ : ଭୁବନେଶ୍ବର ପ୍ରଧାନ ହେଲେ ନୂଆ କଂସ। ବିଶ୍ବ ପ୍ରସିଙ୍ଗ ବରଗଡ଼ ଧନୁଯାତ୍ରା ପାଇଁ ଭୁବନେଶ୍ବର ପ୍ରଧାନ ସର୍ବସମ୍ମତିକ୍ରମେ କଂସ ପାଇଁ ମନୋନୀତ ହୋଇଛନ୍ତି। ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲରେ ଧନୁଯାତ୍ରା କମିଟି ପକ୍ଷରୁ ଚାଲିଥିଲା ଚୟନ ପ୍ରକ୍ରିୟା। ଅଡିସନ୍‌ରେ ସାମିଲ ହୋଇଥିଲେ ୪ ଜଣ ପ୍ରତିଯୋଗୀ। ଭୁବନେଶ୍ବର ପଧାନଙ୍କ ବ୍ୟତୀତ ଜଗଦାନନ୍ଦ ମିଶ୍ର, ଆର୍ତ୍ତତ୍ରାଣ ସୁନାନୀ ଓ ସୁଶୀଲ ମେହେର ଅଡିସନ୍‌ରେ ସାମିଲ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଭୁବନେଶ୍ବରଙ୍କ ନାଁରେ ମୋହର ମାରିଛନ୍ତି ଜୁରୀ ମେମ୍ବର। ହୃଷିକେଶ ଭୋଇ ଏଥର ବାଦ୍‌ ପଡ଼ିବା ପରେ ନୂଆ କଂସ ଚୟନ କରାଯାଉଛି।