ହାଇଆଲର୍ଟରେ ଭୁବନେଶ୍ୱର: କମାଣ୍ଡୋ ରଖିଛନ୍ତି ଚିଲ ଭଳି ନଜର

Advertisment

ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱର ଏବେ ସୁରକ୍ଷାବଳୟ ଭିତରେ ରହିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପରେ ଗୁଇନ୍ଦା ବିଭାଗ ସଜାଗ ହୋଇଛି। ଏସପିଜି,ଏନଏସଜି, ବିଏସଏଫ, ସିଆରପିଏଫ ଛକ ଛକରେ ପିକେଟିଂ କରୁଥିବା ବେଳେ ସାଧା ପୋଷାକରେ ପଇଁତରା ମାରୁଛନ୍ତି ଗୁଇନ୍ଦା ଅଧିକାରୀ। 

ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱର ଏବେ ସୁରକ୍ଷାବଳୟ ଭିତରେ ରହିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପରେ ଗୁଇନ୍ଦା ବିଭାଗ ସଜାଗ ହୋଇଛି। ଏସପିଜି,ଏନଏସଜି, ବିଏସଏଫ, ସିଆରପିଏଫ ଛକ ଛକରେ ପିକେଟିଂ କରୁଥିବା ବେଳେ ସାଧା ପୋଷାକରେ ପଇଁତରା ମାରୁଛନ୍ତି ଗୁଇନ୍ଦା ଅଧିକାରୀ। 

oonk

କନକ ବ୍ୟୁରୋ: ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱର ଏବେ ସୁରକ୍ଷାବଳୟ ଭିତରେ ରହିଛି। ଖଲିସ୍ତାନୀ ଆତଙ୍କୀ ପନ୍ନୁର ଧମକ ପରେ ଗୁଇନ୍ଦା ବିଭାଗ ସଜାଗ ହୋଇଛି। ଏସପିଜି,ଏନଏସଜି, ବିଏସଏଫ, ସିଆରପିଏଫ ଛକ ଛକରେ ପିକେଟିଂ କରୁଥିବା ବେଳେ ସାଧା ପୋଷାକରେ ପଇଁତରା ମାରୁଛନ୍ତି ଗୁଇନ୍ଦା ଅଧିକାରୀ। 

ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱର ଏବେ ଅଭେଦ୍ୟ ଦୁର୍ଗ ପାଲଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ଏନଏସଏ ଅଜିତ ଡୋଭାଲ ଓ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଡିଜିପି ପହଞ୍ଚିବା ପରେ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି। ଲୋକସେବା ଭବନ, ରାଜଭବନ, ରାଜ୍ୟ ଅତିଥି ଭବନ, ଆଇପିଏସ ମେସ୍, ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ସୁରକ୍ଷାବଳୟ ଭିତରେ ରଖାଯାଇଛି। ଏହି ରୁଟର ପ୍ରତିଟି ଗତିବିଧି ଉପରେ ସିସିଟିଭି ନଜର ରଖିଥିବା ବେଳେ କମାଣ୍ଡୋ ମାନେ ଲଗାତାର ପଇଁତରା ମାରୁଛନ୍ତି। ଆତଙ୍କବାଦୀ ପନ୍ନୁର ଧମକ ପରେ ଭୁବନେଶ୍ବରକୁ ହାଇଆଲର୍ଟରେ ରଖାଯାଇଛି। ସାମାନ୍ୟତମ ବିଭ୍ରାଟ ଯେପରି ନହୁଏ ସେଥିପାଇଁ ଗଳିକନ୍ଦି ଓ ରାଜରାସ୍ତାରେ ପୋଲିସ ପହରା ଦେଉଛି।    

୩ ଦିନ ମଧ୍ୟରେ ଭୁବନେଶ୍ବରରେ କୌଣସି ଅଘଟଣକୁ ଏଡାଇବାକୁ ଆଣ୍ଟି ଟେରରିଷ୍ଟ ସ୍କ୍ୱାର୍ଡ ଡେରା ପକାଇଛି।  ଖାସକରି ମୋଦୀ, ଶାହ ଓ ଡୋଭାଲଙ୍କ ପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି।  ଏସପିଜି, ଏନଏସଜି, ୭୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୫ଟି ଲେଖାଏଁ ସିଆରପିଏଫ ଓ ବିଏସଏଫ କମ୍ପାନିକୁ ନିୟୋଜିତ କରାଯାଇଛି। ଭିଭିଆଇପି ଯିବାକୁ ଥିବା ରୁଟକୁ ନୋ ଫ୍ଲାଇଂ ଜୋନ କରାଯାଇଥିବା ବେଳେ ପୂରା ଭୁବନେଶ୍ବରକୁ ନୋ ଡ୍ରୋନ ଜୋନ କରାଯାଇଛି। ଉଚ୍ଚ ବିଲ୍ଡିଂ ଉପରୁ ଶହ ଶହ ସ୍ନାଇପର ଜଗି ରହିଛନ୍ତି। ଲୋକସେବା ଭବନରେ ଏସପିଜି ଯବାନ ସାଧା ପୋଷାକରେ ଜଗି ରହିଥିବା ବେଳେ ସମ୍ମିଳନୀ କକ୍ଷ ବାହାରେ ପୋଲିସ ସୁରକ୍ଷା ବଳ ଓ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ସୁରକ୍ଷା ପ୍ରାଚୀର ଭଳି ଛିଡା ହୋଇଛନ୍ତି। ଟ୍ରାଫିକ ଜାମ ଭଳି ପରିସ୍ଥିତି ସୃଷ୍ଟି ନହେବା ପାଇଁ ବୋଥ୍ରାଙ୍କ ହାତରେ ଦାୟିତ୍ୱ ଦିଆଯାଇଛି। 

ପୋଲିସ ଡିଜିଙ୍କ ସହ ଦେଶ ସୁରକ୍ଷାର ରଣନୀତି ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି। ଆଜି ଗୃହମନ୍ତ୍ରୀ ଅମିତ ଶାହା ପୋଲିସ ଡିଜି ସମ୍ମିଳନୀର ଉଦଘାଟନ କରିବା ସହ ଏହାର ରୂପରେଖ ପାଇଁ ମୂଳଦୂଆ ପକାଇଛନ୍ତି। ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ବ୍ଲୁ-ପ୍ରିଣ୍ଟର ନିଷ୍କର୍ସରେ ମୋହର ମାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe