କନକ ବ୍ୟୁରୋ: ଇଦ ଠାରୁ ରାମନବମୀ । କଡା ସୁରକ୍ଷା ବଳୟରେ ରହିବ ରାଜଧାନୀ । ପେଶାଦାର ଅପରାଧୀଙ୍କ ଉପରେ ରହିବ କମିଶନରେଟ ପୁଲିସର କଡ଼ା ନଜର । ସୋସିଆଲ ମିଡିଆରେ ଗୁଜବ, ସଦଭାବନା କ୍ଷୁର୍ଣ୍ଣ ହେବାଭଳି ବାର୍ତ୍ତା ଦେଲେ ଆଇନ ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ। ଆଗକୁ ଇଦ୍, ରାମ ନବମୀ ଓ ପଣା ସଂକ୍ରାନ୍ତି । ଭାଇଚାରା ଓ ସଦଭାବନା ସହ ଏହି ପର୍ବକୁ ପାଳନ ନିମନ୍ତେ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୁଲିସ । ଏନେଇ ଆଜି ଏସପି, ଆଇଜି ଓ ଡ଼ିଆଇଜିଙ୍କ ସହ ବୈଠକ ବରିଷ୍ଠ ପୋଲିସ ଅଧିକାରୀଙ୍କ ବୈଠକ ବସିଥିଲା । ବଛା ବଛା ପୋଲିସ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ଅପରାଧୀଙ୍କ ଗତିବିଧି ଉପରେ ନଜର ରହିଛି । ଭୁବନେଶ୍ୱରରେ ପେଶାଦାର ତଥା ଫେରାର ଅପରାଧୀଙ୍କ ଘରେ ଲଟକା ଲାଗୁଛି । ସହରକୁ ଅପରାଧ ମୁକ୍ତ କରିବାପାଇଁ ନିଶା ମାଫିଆଙ୍କ ବିରୋଧରେ ଜିରୋ ଟଲରାନ୍ସ ଗ୍ରହଣ କରାଯାଉଛି ।
ରାଜଧାନୀରେ ପୋଲିସ ଛାଉଣୀ ; ଆଗକୁ ଇଦ୍ ଠାରୁ ରାମ ନବମୀ ପାଳନ ପାଇଁ ଫେରାର ଅପରାଧୀଙ୍କ ଘରେ ଲାଗୁଛି ଲଟକା
ଇଦ୍ ଠାରୁ ରାମ ନବମୀ, ରାଜଧାନୀରେ ପୁଲିସ ଛାଉଣୀ । ପେସାଦାର ଅପରାଧୀଙ୍କ ଉପରେ କମିଶନରେଟ୍ ପୁଲିସର କଡ଼ା ନଜର, ଫେରାର ଅପରାଧୀଙ୍କ ଘରେ ଲାଗୁଛି ଲଟ୍କା । ସୋସିଆଲ ମିଡିଆରେ ଗୁଜବ କଲେ ହେବ କାର୍ଯ୍ୟାନୁଷ୍ଠାନ ।
/kanak/media/media_files/2025/03/30/MOatR3vwpJs5o519gRDh.jpg)