ନୂଆ କମିଶନରଙ୍କ ପାଇଁ ଚ୍ୟାଲେଞ୍ଜ ଅନେକ । ଲୋକଙ୍କୁ ନ୍ୟାୟ ପ୍ରଦାନ ପ୍ରଥମ ପ୍ରାଥମିକତା ।

Advertisment

ଆଜି କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଏସ. ଦେବଦତ୍ତ ସିଂ । କମିଶନରେଟ ପୁଲିସର ନୂଆ କମିଶନରଙ୍କ ପାଇଁ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି । ବିଶେଷକରି ଲୁଟେରାଙ୍କୁ କାବୁ କରିବା ଓ ଆଇନଶୃଙ୍ଖଳା ନୂଆ ସିପିଙ୍କ ପାଇଁ ବଡ ଆହ୍ୱାନ ହେବ ।

ଆଜି କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି ଏସ. ଦେବଦତ୍ତ ସିଂ । କମିଶନରେଟ ପୁଲିସର ନୂଆ କମିଶନରଙ୍କ ପାଇଁ ଅନେକ ନୂଆ ଚ୍ୟାଲେଞ୍ଜ ରହିଛି । ବିଶେଷକରି ଲୁଟେରାଙ୍କୁ କାବୁ କରିବା ଓ ଆଇନଶୃଙ୍ଖଳା ନୂଆ ସିପିଙ୍କ ପାଇଁ ବଡ ଆହ୍ୱାନ ହେବ ।

38fdf

କନକ ବ୍ୟୁରୋ: ଭୁବନେଶ୍ବରର ନୂଆ ପୁଲିସ କମିସନର ଭାବେ ଦାୟିତ୍ବ ନେଇଛନ୍ତି  ଏସ ଦେବଦତ୍ତ ସିଂ । ଏହାସହ ପୁଲିସ କମିସନର-ଡିସିପି ଅଦଳବଦଳ ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା, ସେଥିରେ ପୂର୍ଣ୍ଣଛେଦ ପଡିଛି । ଆଜି ପୁଲିସ ସେବା ଭବନରେ ବିଦାୟୀ କମିଶନର ସଂଜୀବ ପଣ୍ଡା ନୂଆ କମିଶନର ସୁରେଶ ଦେବଦତ୍ତ ସିଂଙ୍କୁ ଦାୟିତ୍ବ ହସ୍ତାନ୍ତର କରିଛନ୍ତି । ନୂଆ ପୁଲିସ କମିଶନର କହିଛନ୍ତି, ଅପରାଧୀଙ୍କ ପ୍ରତି କଠୋର ଓ ଲୋକଙ୍କ ପ୍ରତି ନରମ ହେବ କମିଶନରେଟ ପୁଲିସ । ଲୋକଙ୍କ ପ୍ରତି ସମ୍ୱେଦନଶୀଳ ରହିବ ଓ ଆଇନ ପରିଧି ମଧ୍ୟରେ ରହି ନ୍ୟାୟ ଦିଆଯିବ ।
 
ନୂଆ ପୁଲିସ କମିଶନର ଭାବେ ୧୯୯୮ ବ୍ୟାଚର ଆଇପିଏସ ଏସ.ଦେବଦତ୍ତ ସିଂଙ୍କ ପାଇଁ  ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ।

ରାଜଧାନୀର ଆଇନଶୃଙ୍ଖଳା ରକ୍ଷା କରିବା
ଟ୍ରାଫିକ ଓ ଅପରାଧ ନିୟନ୍ତ୍ରଣ
ଲୋକଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା
ଆପାର୍ଟମେଣ୍ଟ୍ ଓ ଚେନ୍ ଲୁଟେରାଙ୍କୁ କାବୁ କରିବା

ୱାଇ.ବି.ଖୁରାନିଆ ପୁଲିସ ଡିଜି ହେବା ପରେ ନୂଆ ଟିମ ଗଠନ କରିଛନ୍ତି ।  କଟକ-ଭୁବନେଶ୍ୱରରେ ପୁଲିସ କମିଶନର ବଦଳାଇବା ସହ  ଉଭୟ ସହରର ଡିସିପିଙ୍କୁ ବି ପରିବର୍ତ୍ତନ କରିଛନ୍ତି । ତେଣୁ ନୂଆ ଟିମର କାର୍ୟ୍ୟ ଉପରେ ସମସ୍ତଙ୍କ ନଜର ରହିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe