କନକ ବ୍ୟୁରୋ : ଭୁବନେଶ୍ୱରରେ ହୋର୍ଡିଂ ଅଘଟଣ ପରେ ବଡ଼ ନିଷ୍ପତ୍ତି । ପ୍ରତ୍ୟେକ ହୋର୍ଡିଂର ହେବ ତୃତୀୟ ପକ୍ଷ ବୀମା ବା ଥାର୍ଡ ପାର୍ଟି ଇନସ୍ୟୁରାନ୍ସ । ସୁସଂହତ ହେବ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ହୋର୍ଡିଂ ବ୍ୟବସ୍ଥା । ବିଏମ୍ସି କମିସନରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ କମିଶନର ଓ ରାଜସ୍ୱ ଉପାୟୁକ୍ତଙ୍କ ଉପସ୍ଥିତିରେ ଅନୁବନ୍ଧିତ ବିଜ୍ଞାପନ ସଂସ୍ଥାର ପ୍ରତିନିଧିମାନଙ୍କୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ସମସ୍ତ ଅନୁବନ୍ଧିତ ସଂସ୍ଥାଙ୍କୁ ଚିଠି ମାଧ୍ୟମରେ ହୋର୍ଡିଂଗୁଡିକର ସ୍ଥାୟୀତ୍ୱ ପ୍ରମାଣପତ୍ର ଦେବା ପାଇଁ ଆଲୋଚନା ହୋଇଛି ।
ଅଧିକ ପଢନ୍ତୁ : ଅଘଟଣ ପରେ ପଶିଲା ଚେତା ; ମାସକ ଭିତରେ ବେଆଇନ ହୋର୍ଡିଂ କାଢ଼ିବାକୁ ବିଏମସି କମିସନରଙ୍କ ନିର୍ଦ୍ଦେଶ
ସମସ୍ତ ହୋର୍ଡିଂ ଢାଞ୍ଚାର ସୁରକ୍ଷା ଓ ରକ୍ଷଣାବେକ୍ଷଣର ପ୍ରାମାଣିକ ବିବରଣୀ ଦେବାକୁ କୁହାଯାଇଛି । ହୋର୍ଡିଂ ଗୁଡ଼ିକରେ ସମ୍ପୃକ୍ତ ସଂସ୍ଥାର ନାମ ଲେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଜନ ସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଯଦି କୌଣସି ହୋର୍ଡିଂରେ ଫ୍ଲେକ୍ସ ଇତ୍ୟାଦି ଛିଣ୍ଡି ଉଡ଼େ, ତେବେ ସେଗୁଡିକୁ ସଙ୍ଗେ ସଙ୍ଗେ କାଟିଦେବା ପାଇଁ କୁହାଯାଇଛି । ଆବଶ୍ୟକୀୟ ସ୍ଥଳେ, ସୁରକ୍ଷା ଦୃଷ୍ଟିରୁ ହୋର୍ଡିଂଗୁଡିକୁ ହଟାଇ ଦେବାପାଇଁ ଏଜେନ୍ସିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/bmc-2026-02-27-08-11-57.jpg)