କନକ ବ୍ୟୁରୋ :  ବଦଳିବ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ ଛକର ନାଁ । ପରିବର୍ତ୍ତନ ନେଇ ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ । ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବା  ସହ ଇଂରେଜଙ୍କ ଅମଳରୁ ରହିଥିବା କିଛି ପ୍ରମୁଖ ସ୍ଥାନର ନାଁ ପରିବର୍ତ୍ତନର ଆବଶ୍ୟକତା ରହିଥିବା କହିଛନ୍ତି ମନ୍ତ୍ରୀ । ଏହାକୁ ନେଇ ବିଚାର ବିମର୍ଶ ଚାଲିଛି ଖୁବ୍‌ ଶୀଘ୍ର ଏହାର ନାମ ପରିବର୍ତ୍ତନ କରାଯିବ ।

Advertisment

ବଦଳିବ ନାଁ  , ମିଳିବ ନୂଆ ପରିଚୟ , ବଦଳିବ ଭୁବନେଶ୍ବର ମୁଖଶାଳା ମାଷ୍ଟରକ୍ୟାଣ୍ଟିନ୍‌ । ପରିବର୍ତ୍ତନ ହେବ ବହୁ ପୁରୁଣା ଓ ବହୁ ପରିଚିତ ମାଷ୍ଟରକ୍ୟାଣ୍ଟିନ୍‌ ଛକର ନାଁ । ଏଥର ଆଉ ଇଂରାଜୀ ନୁହେଁ ଓଡିଆ ଅସ୍ମିତା । ଓଡିଶାର କଳା ଏବଂ ପରମ୍ପରା ଝଲକ ଦିଶିବ । ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନାଁ ପରିବର୍ତ୍ତନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ପ୍ରସ୍ତୁତି  ବି ଆରମ୍ଭ ହେଲାଣି । ରାଜଧାନୀ ଭୁବନେଶ୍ୱରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଟିରେ ରହିଛି  ମାଷ୍ଟର କ୍ୟାଣ୍ଟିନ୍‌ ଛକ ।  ସମସ୍ତେ ଜାଣିଛନ୍ତି ସମସ୍ତେ ଶୁଣିଛନ୍ତି , ହେଲେ ତାର ଆମୂଳ ଚୂଳ ପରିବର୍ତ୍ତନ ସହ ନାମ ବି ପରିବର୍ତ୍ତନ କରାଯିବ । ଓଡ଼ିଶାର ଅସ୍ମିତାକୁ ଆଖିରେ ରଖି ସମୀକ୍ଷା ଚାଲିଛି , ମାଷ୍ଟର କ୍ୟାଣ୍ଟିନ୍‌ ଛକର ନାଁ ନେଇ ମୁଖ୍ୟମନ୍ତ୍ରୀ ଖୁବ ଶିଘ୍ର ନିଷ୍ପତ୍ତି ନେବେ।

ରାଜ୍ୟ ସରକାରଙ୍କ ଇସାରାରୁ ଜଣାପଡୁଛି ଯେ ବରପୁତ୍ରଙ୍କ ନାଁରେ ନାମିତ ହୋଇପାରେ ଭୁବନେଶ୍ୱରର ଏହି ପୁରୁଣା ଛକ । ହେଲେ କ’ଣ ଓ କେମିତି ନୂଆରୂପ ପାଇବ, ତାହା ସ୍ପଷ୍ଟ ହୋଇନି ।  ୨୦୨୧ ରୁ ମାଷ୍ଟର କ୍ୟାଣ୍ଟିନ ନାଁ ପରିବର୍ତ୍ତନ ପାଇଁ ବିଜେପି ପକ୍ଷରୁ ଦାବି ହୋଇଆସୁଥିଲା । ନୂଆ ସରକାର ଆସିବା ପରେ ଏଦିଗରେ ନିଷ୍ପତ୍ତି ନେବାକୁ ସଜବାଜ ହେଉଛନ୍ତି ।