କନକ ବ୍ୟୁରୋ: ଖଲ୍ଲିକୋଟରେ ଧରାପଡ଼ିଲେ ଭୁବନେଶ୍ବର ଚୋର। ଚୋରି କରିବାକୁ ଯାଇ ଫସିଗଲେ ୪ ଯୁବକ। ଖଲ୍ଲିକୋଟ ଥାନା ଲଙ୍ଗଳେଶ୍ବର ଗାଁରେ ୪ ଜଣ ଚୋରଙ୍କୁ ଅଟକ ରଖିଲେ ଲୋକ। ଧରାପଡ଼ିବା ପରେ ନିଜକୁ ନିଶା ନିବାରଣ କେନ୍ଦ୍ର କର୍ମଚାରୀ କହି ଖସିବାକୁ ଚେଷ୍ଟା କରିବା ବେଳେ ଗାଁ ଲୋକ କାବୁ କରିନେଇଥିଲେ ।
୪ ଯୁବକ ଭୁବନେଶ୍ୱରରୁ ବିଳମ୍ବିତ ରାତିରେ ଏକ କାରରେ ଲଙ୍ଗଳେଶ୍ବର ଆସି ଗାଁର ବୁଲୁ ଦଳେଇଙ୍କ ଘରେ ପଶିଥିଲେ। ଘରୁ ଚୋରି କରିବାକୁ ଉଦ୍ୟମ କରୁଥିଲେ। ଘର କବାଟ ଭାଙ୍ଗି ପଶିଥିଲେ। ଏହି ସମୟରେ ଘର ମାଲିକଙ୍କ ନିଦ ଭାଙ୍ଗି ଯିବାରୁ ଚୋରକୁ କାବୁ କରିନେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/03/3ZXEHQtGfb24GTDxZTSD.jpg)