କନକ ବ୍ୟୁରୋ: ଭୁବନେଶ୍ୱର IITରେ ଜଣେ ବି-ଟେକ୍ ଛାତ୍ରୀଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି ।  କ୍ରିତିକା ରାଜ ନାମକ ଜଣେ ଛାତ୍ରୀ ଛାତ ଉପରୁ ଡେଇଁ ପଡ଼ିଥିଲେ । କେଉଁ କାରଣରୁ ସେ ଏଭଳି ଏକ ଚରମ ନିଷ୍ପତ୍ତି ନେଲେ ତାହାକୁ ନେଇ ଏଯାଏଁ କୌଣସି ତଥ୍ୟ ମିଳି ପାରିନାହିଁ । ଗତ କିଛି ଦିନ ହେଲା ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି କୁହାଯାଉଛି ।  ମୃତ ଛାତ୍ରୀ ଜଣକ ଦିଲ୍ଲୀର ବାସିନ୍ଦା ବୋଲି ଜଣା ପଡ଼ିଛି । ଏହି ଘଟଣା ପରେ ଛାତ୍ରୀଙ୍କ ପରିବାରବର୍ଗଙ୍କୁ ସୂଚନା ଦେଇଛନ୍ତି କର୍ତ୍ତୃପକ୍ଷ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।