ତୋରଣରେ ସୂକ୍ଷ୍ମ କାରୁକାର୍ଯ୍ୟ, ଶ୍ରଦ୍ଧାଳୁ ଦେଖିବେ ଅପରେସନ୍‌ ସିନ୍ଦୂରର ଝଲକ

Advertisment

ଦେବୀଦୁର୍ଗାଙ୍କ ଆଗମନ ପାଇଁ ଚାଲିଛି ସଜବାଜ । ଭୁବନେଶ୍ୱର ସହିଦନଗର ମଣ୍ଡପରେ ତୋରଣରେ ଦେଖିବାକୁ ମିଳିବ ଅପରେସନ୍‌ ସିନ୍ଦୂରର ଝଲକ । ହାତରେ ଦିନ କେଇଟା ଥିବାରୁ କାରିଗରଙ୍କ ହାତକୁ ନାହିଁ ଫୁରସତ ।  

ଦେବୀଦୁର୍ଗାଙ୍କ ଆଗମନ ପାଇଁ ଚାଲିଛି ସଜବାଜ । ଭୁବନେଶ୍ୱର ସହିଦନଗର ମଣ୍ଡପରେ ତୋରଣରେ ଦେଖିବାକୁ ମିଳିବ ଅପରେସନ୍‌ ସିନ୍ଦୂରର ଝଲକ । ହାତରେ ଦିନ କେଇଟା ଥିବାରୁ କାରିଗରଙ୍କ ହାତକୁ ନାହିଁ ଫୁରସତ ।  

28Durga Puja

କନକ ବ୍ୟୁରୋ: ଦେବୀ ଦୁର୍ଗାଙ୍କ ଆଗମନ ପାଇଁ ଚାଲିଛି ସଜବାଜ । ହାତରେ ଆଉ ଦିନ କେଇଟା ଥିବାରୁ କାରିଗରଙ୍କ ହାତକୁ ଫୁରସତ ନାହିଁ । ଭୁବନେଶ୍ବର ସହିଦନଗର ମଣ୍ଡପରେ ଜୋରଦାର ଚାଲିଛି ପ୍ରସ୍ତୁତି । 

ପ୍ରତିବର୍ଷ ଭଳି ଏଥର ବି ରାଜଧାନୀର ସହିଦ ନଗର ପୂଜା କମିଟି ତୋରଣରେ କିଛି ଭିନ୍ନ କରିବାର ପ୍ରୟାସ କରିଛି । ପୌରାଣିକ ଦୁନିଆରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମାଜର ଝଲକ ପୂଜା ମଣ୍ଡପରେ ଦେଖିବାକୁ ମିଳିବ  । ଅପରେସନ ସିନ୍ଦୂରର ଏକ ଝଲକ ବି ପ୍ରଦର୍ଶିତ ହେବ । ପୂଜା ପାଖେଇ ଆସୁଥିବାରୁ କାରିଗରଙ୍କ ହାତକୁ ଆଉ ଫୁରସତ ନାହିଁ । ସୋଲ, କାଠ ଓ ବାଉଁଶରେ ତିଆରି ଚାଲିଛି ସୁଉଚ୍ଚ ତୋରଣ । 
 
ଚଳିତ ବର୍ଷ ୪୮ ବର୍ଷରେ ପଦାର୍ପଣ କରିଛି ସହିଦ ନଗର ପୂଜା କମିଟି । ମୁଖ୍ୟ ଆକର୍ଷଣ ରହିଛି ମାଆଙ୍କ ଚାନ୍ଦି ମେଢ଼ । ମହାଷ୍ଟମୀରେ ମାଆଙ୍କ ପାଖରେ ବିଭିନ୍ନ ପ୍ରକାର ପିଠା ସହ ଦଶମୀରେ ଲାଗି ହେବ ଦହି ପଖାଳ ଓ ଶାଗ ଭଜା । ସୁରକ୍ଷା ଦୃଷ୍ଟିରୁ ମଣ୍ଡପ ଭିତରେ ଓ ବାହାରେ ଲାଗିବ ୧୫୦ ସିସି କ୍ୟାମେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe