କନକ ବ୍ୟୁରୋ: ଦେବୀ ଦୁର୍ଗାଙ୍କ ଆଗମନ ପାଇଁ ଚାଲିଛି ସଜବାଜ । ହାତରେ ଆଉ ଦିନ କେଇଟା ଥିବାରୁ କାରିଗରଙ୍କ ହାତକୁ ଫୁରସତ ନାହିଁ । ଭୁବନେଶ୍ବର ସହିଦନଗର ମଣ୍ଡପରେ ଜୋରଦାର ଚାଲିଛି ପ୍ରସ୍ତୁତି ।
ପ୍ରତିବର୍ଷ ଭଳି ଏଥର ବି ରାଜଧାନୀର ସହିଦ ନଗର ପୂଜା କମିଟି ତୋରଣରେ କିଛି ଭିନ୍ନ କରିବାର ପ୍ରୟାସ କରିଛି । ପୌରାଣିକ ଦୁନିଆରୁ ଆରମ୍ଭ କରି ବର୍ତ୍ତମାନର ଆଧୁନିକ ସମାଜର ଝଲକ ପୂଜା ମଣ୍ଡପରେ ଦେଖିବାକୁ ମିଳିବ  । ଅପରେସନ ସିନ୍ଦୂରର ଏକ ଝଲକ ବି ପ୍ରଦର୍ଶିତ ହେବ । ପୂଜା ପାଖେଇ ଆସୁଥିବାରୁ କାରିଗରଙ୍କ ହାତକୁ ଆଉ ଫୁରସତ ନାହିଁ । ସୋଲ, କାଠ ଓ ବାଉଁଶରେ ତିଆରି ଚାଲିଛି ସୁଉଚ୍ଚ ତୋରଣ । 
 
ଚଳିତ ବର୍ଷ ୪୮ ବର୍ଷରେ ପଦାର୍ପଣ କରିଛି ସହିଦ ନଗର ପୂଜା କମିଟି । ମୁଖ୍ୟ ଆକର୍ଷଣ ରହିଛି ମାଆଙ୍କ ଚାନ୍ଦି ମେଢ଼ । ମହାଷ୍ଟମୀରେ ମାଆଙ୍କ ପାଖରେ ବିଭିନ୍ନ ପ୍ରକାର ପିଠା ସହ ଦଶମୀରେ ଲାଗି ହେବ ଦହି ପଖାଳ ଓ ଶାଗ ଭଜା । ସୁରକ୍ଷା ଦୃଷ୍ଟିରୁ ମଣ୍ଡପ ଭିତରେ ଓ ବାହାରେ ଲାଗିବ ୧୫୦ ସିସି କ୍ୟାମେରା । 
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2025/09/20/28durga-puja-2025-09-20-20-42-36.jpg)