କନକ ବ୍ୟୁରୋ : ଭୁବନେଶ୍ୱର ଉପକଣ୍ଠ ଦେଉଳିଆପାଟଣା ଗୁଳିକାଣ୍ଡ ଘଟଣାରେ ସାମ୍ନାକୁ ଆସିଲା ସତ । ଆକ୍ରମଣ ହୋଇଥିବା ଭାଇ ଭାଇ ମଠ ସମ୍ପର୍କରେ ଖୁଲାସା କରିଛି କମିସନରେଟ ପୁଲିସ । ମାମଲାରେ ଭଦ୍ରକରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସୁରଜ ରାଉତ ଓ ମୁକ୍ତିକାନ୍ତ ଦାସ । ସେମାନଙ୍କ ଠାରୁ ବ୍ୟବହୃତ ମାଉଜର ଜବତ ହୋଇଛି । ଆକ୍ରମଣ ପଛର ତଦନ୍ତ ବେଳେ ସାମ୍ନାକୁ ଆସିଛି ମଠର ରହସ୍ୟ । ୨୦୨୨ରୁ ଜଣେ ନାବାଳିକା ମଠକୁ ଯାଉଥିଲେ । ମଠର ବାବା ଅଜୟ ସାମନ୍ତରାୟ ଓ ସୁକାନ୍ତ ବିଶ୍ବାଳଙ୍କ ସହ ତାଙ୍କର ଶାରୀରିକ ସମ୍ପର୍କ ଥିବା କୁହାଯାଉଛି । ଯାହାକୁ କେନ୍ଦ୍ର କରି ଗୁଳିକାଣ୍ଡ ଘଟିଥିବା ପୁଲିସ କହିଛି । ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଛାଇଳି ପୁଲିସ । ଗତ ୫ ତାରିଖ ସନ୍ଧ୍ୟାରେ ଘଟିଥିଲା ଗୁଳିକାଣ୍ଡ । ଏଥିରେ ୨ ଜଣ ଗୁରୁତର ଆହତ ହୋଇଥିଲେ ।
ଭୁବନେଶ୍ୱର ଦେଉଳିଆ ପାଟଣା ଗୁଳିକାଣ୍ଡ ; ସାମ୍ନାକୁ ଆସିଲା ସତ
ଆକ୍ରମଣ ହୋଇଥିବା ଭାଇ ଭାଇ ମଠ ସମ୍ପର୍କରେ ଖୁଲାସା କରିଛି କମିସନରେଟ ପୁଲିସ । ମାମଲାରେ ଭଦ୍ରକରୁ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ନାଁ ସୁରଜ ରାଉତ ଓ ମୁକ୍ତିକାନ୍ତ ଦାସ ।
/kanak/media/media_files/2025/10/11/21-2025-10-11-19-13-30.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)