ରାଜଧାନୀରେ ପାଳନ ହେବ ପ୍ରବାସୀ ଭାରତୀୟ ଦିବସ ; ସଜେଇ ହେଉଛି ଭୁବନେଶ୍ବର

ପ୍ରବାସୀ ଭାରତୀୟ ଦିବସ ପାଇଁ ସଜେଇ ହେଉଛି ଭୁବନେଶ୍ୱର । ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଛି ଓଡ଼ିଆ ଅସ୍ମିତାର ଛବି । କାନ୍ଥରେ ସମ୍ବଲପୁରୀ ସପ୍ତା, ମଣ୍ଡଳ ଝୋଟି, ଡୋକ୍ରା ଚିତ୍ର, ପଟଚିତ୍ର । ଆଗାମୀ ପାଞ୍ଚ ବର୍ଷ ପର୍ୟ୍ୟନ୍ତ ଛବି ରହିବା ପାଇଁ କରାଯାଇଛି ବ୍ୟବସ୍ଥା ।

bbi

କନକ ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ପାଇଁ ସବୁଠି ଚାଲିଛି ପ୍ରସ୍ତୁତି । ଏହାରି ଭିତରେ ସଜେଇ ହେଉଛି ଭୁବନେଶ୍ୱର । ସହରର ଗଳିକନ୍ଦିରେ ଦେଖିବାକୁ ମିଳୁଛି ଓଡ଼ିଆ ଅସ୍ମିତାର ଛବି । ଲୋକକଳା, ଓଡ଼ିଆ ସଂସ୍କୃତି, ପରମ୍ପରା ସହ ଜଡିତ ବିଭିନ୍ନ ପ୍ରକାରର ଚିତ୍ରକଳା ଏବେ ସହରର କାନ୍ଥରେ ଦେଖିବାକୁ ମିଳିଛି । ଏହା ଭିତରେ ସମ୍ବଲପୁରୀ ସପ୍ତା, ଗୁରୁବାର ମଣ୍ଡଳ ଝୋଟି, ଆଦିବାସୀ ତଥା ଡୋକ୍ରା ଚିତ୍ର, ୱାରଲୀ ଫୋକ୍ ପେଣ୍ଟିଂ, ସଉରା ଚିତ୍ର, ଟେରାକୋଟା ଓ ପଟଚିତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଛି । 

ଆଗାମୀ ୫ ବର୍ଷ ପର୍ୟ୍ୟନ୍ତ ଯେମିତି ଏ ଚିତ୍ର ଗୁଡିକ କାନ୍ଥରେ ରହିବ ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ଚିତ୍ରକର । ତେବେ ଚିତ୍ରକର ମାନଙ୍କୁ ଦଶରୁ ୧୫ଦିନ ସମୟ ଦିଆଯାଇଥିଲା ।  ଏହି ସବୁ କାନ୍ଥ ଗୁଡିକରେ ପୂର୍ବରୁ ଅନେକେ ମଡର୍ଣ୍ଣ ଆର୍ଟ ରହିଥିଲା ଯାହାକୁ ଲିଭାଇ ବର୍ତ୍ତମାନ ଚିତ୍ର କରାଯାଉଛି ତେଣୁ ଟିକେ ସମୟ ଲାଗୁଛି  କିନ୍ତୁ ଆଉ ୩ରୁ ୪ ଦିନ ଭିତରେ ସମସ୍ତ ଚିତ୍ର ସରିଯିବ ବୋଲି ଚିତ୍ରକର ମତ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ସବୁ ଚିତ୍ର ଭଲ ଲାଗୁଛି ବୋଲି କହିଛନ୍ତି ଭୁବନେଶ୍ୱର ବାସିନ୍ଦା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe