ରାଜୁ ମଣ୍ଡଳକୁ ନେଇ ଭୁବନେଶ୍ୱର ଡିସିପିଙ୍କ ବଡ଼ ଖିଲାସା ; ମଧ୍ୟ ଏସିଆରୁ ରାଜୁ ପାଖକୁ ଆସୁଥିଲା ଅଧିକାଂଶ କଲ

ରାଜୁ ମଣ୍ଡଳକୁ ନେଇ ଭୁବନେଶ୍ୱର ଡିସିପିଙ୍କ ବଡ଼ ଖିଲାସା ; ମଧ୍ୟ ଏସିଆରୁ ରାଜୁ ପାଖକୁ ଆସୁଥିଲା ଅଧିକାଂଶ କଲ । ବା ସିମ୍ ଅନାଲିସିସରରୁ ସୂଚନା ମିଳିଛି । ଆହୁରି ଅନେକ କଲର ହେବ ଯାଞ୍ଚ ।

ଅଦ୍ୟତନ ହୋଇଛି
rm

କନକ ବ୍ୟୁରୋ: ରାଜୁ ମଣ୍ଡଳକୁ ନେଇ ଡିସିପିଙ୍କ ବଡ଼ ଖିଲାସା । ମଧ୍ୟ ଏସିଆରୁ ରାଜୁ ପାଖକୁ ଆସୁଥିଲା ଅଧିକାଂଶ କଲ୍ ।  ଏଯାଏଁ ହୋଇଥିବା ସିମ୍ ଅନାଲିସିସରୁ ଏହି ସୂଚନା ମିଳିଛି। ଆହୁରି ଅନେକ କଲର ହେବ ଯାଞ୍ଚ। ସବୁ ସିମ୍ କାର୍ଡ ସବୁ ଫେକ୍ ଥିଲା।  ପଶ୍ଚିମ ବଙ୍ଗ ଯିବ ସ୍ଵତନ୍ତ୍ର ଟିମ । 
ରାଜୁର ଗାଁ ୨୪ପ୍ରଗଣାରେ ହେବ ଯାଞ୍ଚ। । ଏନେଇ ପଶ୍ଚିମବଙ୍ଗ ପୋଲିସ ସହ ଯୋଗାଯୋଗ କରିଛି କମିଶନରେଟ ପୋଲିସ । ଫେକ୍ ପରିଚୟ ପତ୍ର ଦେଇ ସିମ୍ ମିଳିଛି। ସେ ନେଇ କାର୍ୟ୍ୟାନୁଷ୍ଠାନ ନେବାକୁ ପଶ୍ଚିମ ବଙ୍ଗ ସରକାରଙ୍କୁ ଚିଠି ଲେଖିବ ପୋଲିସ। ସବୁ ସିମ୍ ବକ୍ସ ଚୀନରେ ତିଆରି ହୋଇଥିବା ଜଣାପଡିଛି। ଏହା ଚୋରା ଚାଲାଣ ହୋଇ ଓଡ଼ିଶା ଆସୁଥିଲା। ଯାହା ବିଦେଶୀ ମାନଙ୍କ ପାଇଁ ଉଦ୍ଦିଷ୍ଟ  । ଫର୍ମ ହୋଟେଲ ମାଲିକ ଦେଇନାହାନ୍ତି। ସେ ନେଇ ହେବ କାର୍ୟ୍ୟାନୁଷ୍ଠାନ। 

ଅସଦୁର ପାସପୋର୍ଟ ମିଳିଛି। ସେ ଓଡ଼ିଶା ଆସିଥିଲା। ଇମିଗ୍ରେସନରୁ ଅଧିକ ତଥ୍ୟ ମାଗିଛି ପୋଲିସ। ଏନେଇ ଅଧିକ ତଥ୍ୟ ପାଇଁ ତଦନ୍ତ ହେଉଛି। ରାଜୁ ଦେଇଥିବା ଲିଡକୁ ନେଇ କମିଶନରେଟ ପୋଲିସ ରସ୍ଵତନ୍ତ୍ର ଟିମ ଅନ୍ୟ ରାଜ୍ୟରେ ତଦନ୍ତ କରୁଛି। NIA, CBI  ସହ ଯୋଗାଯୋଗ ଚାଲିଛି ବୋଲି କହିଛନ୍ତି ଡିସିପି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe