କନକ ବ୍ୟୁରୋ : ଦୁର୍ଗା ପୂଜା ଆରମ୍ଭରୁ ଟ୍ରାଫିକ ଯନ୍ତ୍ରଣାରେ ଘାଣ୍ଟି ହେଉଛନ୍ତି ରାଜଧାନୀବାସୀ । ସନ୍ଧ୍ୟାରୁ ରାଜଧାନୀର ପ୍ରମୁଖ ରାସ୍ତା ଜାମ୍ । ଘଣ୍ଟା ଘଣ୍ଟା ଜାମରେ ଫସି ରହୁଛନ୍ତି ଗାଡ଼ି ଚାଳକ । ରସୁଲଗଡ଼, ସହିଦନଗର, ପୁରୁଣା ଷ୍ଟେସନ ବଜାର, ନୟାପଲ୍ଲୀ ପୂଜା ମଣ୍ଡପ ଆଗରେ ଅଧିକ ଜାମ୍ ଦେଖିବାକୁ ମିଳୁଛି । ପୂର୍ବରୁ ଟ୍ରାଫିକ କଟକଣା ନେଇ କମିସନରେଟ୍ ପୁଲିସ ପକ୍ଷରୁ ଗାଇଡଲାଇନ ଜାରି ହୋଇଥିଲେ ବି ଏବେର ଅବ୍ୟବସ୍ଥାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି ।

Advertisment