ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ସେମିରେ ଭୁବନେଶ୍ବର ବାର୍‌ ଓ ରେଡ୍‌ସ

Advertisment

ଫାଇନାଲରେ ମନୁ  ଡବଲ୍-ସୁଟ ଅଫରେ ଭିଏତନାମର ଗ୍ବୁଏନ ଥଏ ଟ୍ରାଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ୧୦ ମିଟର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଭାରତର ଇଶା ସିଂ କାଂସ୍ୟ ପଦକ ଜିତିଥିଲେ । ଫାଇନାଲରେ ଉଭୟ ମନୁ ଓ ଟ୍ରାଙ୍ଗ୍ ୩୫ ପଏଣ୍ଟ ଲେଖାଏଁ ହାସଲ କରି ବରାବର ରହିଥିଲେ ।

ଫାଇନାଲରେ ମନୁ  ଡବଲ୍-ସୁଟ ଅଫରେ ଭିଏତନାମର ଗ୍ବୁଏନ ଥଏ ଟ୍ରାଙ୍ଗ୍‌ଙ୍କଠାରୁ ପରାଜିତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଥିଲେ । ୧୦ ମିଟର ପିସ୍ତଲ ବର୍ଗରେ ସ୍ବର୍ଣ୍ଣ ଜିତିଥିବା ଭାରତର ଇଶା ସିଂ କାଂସ୍ୟ ପଦକ ଜିତିଥିଲେ । ଫାଇନାଲରେ ଉଭୟ ମନୁ ଓ ଟ୍ରାଙ୍ଗ୍ ୩୫ ପଏଣ୍ଟ ଲେଖାଏଁ ହାସଲ କରି ବରାବର ରହିଥିଲେ ।

Prshant Routray Memorial

କନକ ବ୍ୟୁରୋ: ଭୁବନେଶ୍ବର ବାର୍‌ ଆସୋସିଏସନ୍‌ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି ସ୍ବୟଂଶାସିତ କଲେଜ ପଡ଼ିଆରେ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଏକାଦଶ ପ୍ରଶାନ୍ତ ମହାପାତ୍ର ସ୍ମାରକୀ ଆଇନଜୀବୀ କ୍ରିକେଟ୍‌ ପ୍ରତିଯୋଗିତାରେ ଭୁବନେଶ୍ବରର ଦୁଇ ଦଳ ବାର୍‌ ଆସୋସିଏସନ୍‌ ଓ ରେଡ୍‌ସ ବିଜୟୀ ହୋଇ ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି । ଉଦ୍‌ଘାଟନୀ ମୁକାବିଲାରେ ଭୁବନେଶ୍ବର ରେଡ୍‌ସ ୬ ୱିକେଟ୍‌ରେ ପୁରୀ ବାର୍‌ ଆସୋସିଏସନ୍‌କୁ ପରାସ୍ତ କରିଛି । ନିର୍ଦ୍ଧାରିତ ୧୮ ଓଭରରେ ପୁରୀ ୫ ୱିକେଟ୍‌ ହରାଇ ୧୧୯ ରନ୍‌ କରିଥିଲା । ଶୀତିକଣ୍ଠ ଶତପଥୀ ୨୬* ଓ ଆଦିତ୍ୟ ମୋହିନୀ ୨୬ ରନ୍‌ କରିଥିଲେ । ଜବାବରେ ଭୁବନେଶ୍ବର ରେଡ୍‌ସ ଦଳ ୧୭.୪ ଓଭରରେ ୪ ୱିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା । ପ୍ରବୋଧ କୁମାର ପରିଡ଼ା ୪୫* ରନ୍‌ରେ ଅପରାଜିତ ରହି ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ।

ଏହା ବି ପଢ଼ନ୍ତୁ: ଏସୀୟ ସୁଟିଂ : ୨୫ ମିଟର ପିସ୍ତଲରେ ରୌପ୍ୟ ଜିତିଲେ ମନୁ

ବିକାଶ ରାଉତରାୟ ୨୩ ଓ ରଞ୍ଜିତ ମହାରଣା ୨୧ ରନ୍‌ କରିଥିଲେ । ଅଲ୍‌ରାଉଣ୍ଡ ପ୍ରଦର୍ଶନ ଲାଗି ରେଡ୍‌ସର ପ୍ରବୋଧ କୁମାର ପରିଡ଼ା (୪୫* ରନ୍‌, ୧ ୱିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଅତିଥି ଆତ୍ମା ମହାନ୍ତି ପ୍ରଦାନ କରିଥିଲେ । ଦ୍ବିତୀୟ ମ୍ୟାଚ୍‌ରେ ଭୁବନେଶ୍ବର ବାର୍‌ ୬୯ ରନ୍‌ରେ ବାଲେଶ୍ବର ବାର୍‌ ଆସୋସିଏସନ୍‌କୁ ହରାଇଛି । ଆଶୁତୋଷ ବେହେରା ୭୯ ଓ ପ୍ରିୟବ୍ରତ ପ୍ରିୟରଞ୍ଜନ ସାହୁ ୪୩ ରନ୍‌ ବଳରେ ଭୁବନେଶ୍ବର ବାର୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା । ବାଲେଶ୍ବର ପକ୍ଷରୁ ପବିତ୍ର ତ୍ରିପାଠୀ ଓ ଜି ରାଜେଶ ୨ ଲେଖାଏଁ ୱିକେଟ୍‌ ନେଇଥିଲେ । ଜବାବରେ ବାଲେଶ୍ବର ବାର୍‌ ୧୭.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୭ ରନ୍‌ କରିପାରିଥିଲା । ପ୍ରିୟମ ମଲ୍ଲିକ ୪/୧୪ ବୋଲିଂ ସଫଳତା ପାଇଥିଲା ବେଳେ ଆଶୁତୋଷ ବେହେରା ୨ ୱିକେଟ୍‌ ନେଇଥିଲେ । ଅଲ୍‌ରାଉଣ୍ଡ ପ୍ରଦର୍ଶନ ଲାଗି ଆଶୁତୋଷଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରଦାନ କରିଥିଲେ । ବୁଧବାର ବୋର୍ଡ ରେଭିନ୍ୟୁ ବାର୍‌-‌‌ଢେଙ୍କାନାଳ ଜିଲ୍ଲା ବାର୍‌ ଏବଂ ଓଡ଼ିଶା ହାଇକୋର୍ଟ ବାର୍‌-ସମ୍ବଲପୁର ବାର୍‌ ମଧ୍ୟରେ ମ୍ୟାଚ୍‌ ଖେଳାଯିବ । ମଙ୍ଗଳବାର ପୂର୍ବତନ କ୍ରୀଡ଼ାମନ୍ତ୍ରୀ ସୁରେଶ କୁମାର ରାଉତରାୟ ଅତିଥି ଭାବେ ଯୋଗ ଦେଇଥିଲେ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe