କନକ ବ୍ୟୁରୋ : ଓଡ଼ିଶାରେ ମାଳ ମାଳ ବାଂଲାଦେଶୀ ଯୁବତୀ। ଉପାନ୍ତ ଅଂଚଳରେ ନୁହଁ ବରଂ ଭୁବନେଶ୍ବରରେ ଯୁବତୀଙ୍କୁ ରଖି ଦିଆଯାଉଛି ଅକଥନୀୟ ଅତ୍ୟାଚାର। ସେକ୍ସ ରାକେଟ୍ଠୁ ଆରମ୍ଭ କରି ପଲଙ୍କ ସେବା ପର୍ଯ୍ୟନ୍ତ ଏହି ଯୁବତୀଙ୍କୁ କାମରେ ଲଗାଯାଇ ଶୋଷଣ କରାଯାଉଛି। ଏକଥା ଆମେ ନୁହଁ, ବରଂ ବାଂଲାଦେଶର ଜଣେ ଯୁବତୀ କହୁ କହୁ ଏପରି କିଛି କଥା କହିଦେଇଛନ୍ତି । ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ । ଆଉ ତା ପରେ ମଣିଷ ଭିତରେ ଥିବା ରାକ୍ଷସ ରୂପ ଦେଖାଇବାକୁ ପଛାଇନାହାନ୍ତି । ଦିନକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏଠାରେ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦଲାଲ । ୨୩ ଜଣ ଯୁବତୀଙ୍କୁ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ରଖି ଦେହ ବେପାରରେ ଲଗାଯାଉଥିବା ଅଭିଯୋଗ ହୋଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଭୁବନେଶ୍ବରର କେଉଁମାନଙ୍କ ସେବାରେ ଏହି ବାଂଲାଦେଶୀ ଯୁବତୀମାନଙ୍କୁ ନିୟୋଜିତ କରାଯାଉଛି ? ଯେଉଁଥି ପାଇଁ ବର୍ଷ ବର୍ଷ ଧରି ଏମାନଙ୍କୁ ଭୁବନେଶ୍ବର ଭଳି ହାଇପ୍ରୋଫାଇଲ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଘର ଭଡ଼ା ଦେଇ ଏକ ଆପାର୍ଟମେଣ୍ଟରେ ରଖାଯାଉଛି । ଦୁର୍ଭାଗ୍ୟର ବିଷୟ, ଏମାନଙ୍କ ଘର ବାଂଲାଦେଶ ହୋଇଥିବାରୁ ନକଲି ଆଧାର କାର୍ଡ ଦେଖାଇ ରଖାଯାଇଛି। ଅସଲି ପରିଚୟ ପତ୍ର ନଥିବାରୁ ସେମାନେ ବାଂଲାଦେଶ ଯାଇପାରୁନାହାନ୍ତି । କିପରି ନିଜ ଦେଶକୁ ଫେରିବେ । କିପରି ଏଠାରୁ ମୁକୁଳିବେ ତାକୁ ନେଇ ଏହି ଯୁବତୀମାନେ ଚିନ୍ତାରେ।
ଭୁବନେଶ୍ୱରରେ ମାଳ ମାଳ ବାଂଲାଦେଶୀ ଯୁବତୀ । କାହା ସେବାରେ ଲାଗୁଛନ୍ତି ଏହି ବାଂଲା ଯୁବତୀ ତାକୁ ନେଇ ବଢୁଛି ଚର୍ଚ୍ଚା
ଚାକିରି କରାଇ ଦେବାକୁ କହି, ଭଲ ଦୁଇ ପଇସା ରୋଜଗାରର ଲୋଭ ଦେଖାଇ ଭାରତ ସୀମା ପାର କରି ଭୁବନେଶ୍ବର ନେଇ ଆସିଛନ୍ତି କିଛି ଦଲାଲ । ଆଉ ତା ପରେ ମଣିଷ ଭିତରେ ଥିବା ରାକ୍ଷସ ରୂପ ଦେଖାଇବାକୁ ପଛାଇନାହାନ୍ତି । ଦିନକୁ ଦୁଇ ହଜାର ଟଙ୍କା ଦେବାକୁ କହି ଏଠାରେ ଦେହ ବେପାରରେ ଲଗାଇ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦଲାଲ । ୨୩ ଜଣ ଯୁବତୀଙ୍କୁ ଭୁବନେଶ୍ବରର ଏକ ଆପାର୍ଟମେଣ୍ଟରେ ରଖି ଦେହ ବେପାରରେ ଲଗାଯାଉଥିବା ଅଭିଯୋଗ ହୋଇଛି ।