Photograph: (KANAKNEWS)
କନକବ୍ୟୁରୋ : ଭୁବନେଶ୍ବରକୁ ଆସୁଥିଲା ନିଶା ଭର୍ତ୍ତି ବ୍ୟାଗ । କିଛି ବ୍ୟକ୍ତି ବ୍ୟାଗ ଦେଇଥାନ୍ତେ, ଆଉ କିଛି ବ୍ୟାଗକୁ ଠିକଣାରେ ପହଞ୍ଚାଇ ଥାନ୍ତେ । ବ୍ୟାଙ୍କକ ରୁ ବିମାନ ଯୋଗେ, ଭୁବନେଶ୍ବର ପହଞ୍ଚିଥାନ୍ତେ ନିଶା ବେପାରୀ । କୋଟି କୋଟି ଟଙ୍କାର ବଡ ଡିଲ ପାଇଁ ନ ଛୋଡ ବନ୍ଦା ଥିଲେ ଦଲାଲ । ଆଉ ନିଶା ମାଫିଆଙ୍କୁ ବାନ୍ଧିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏନସିବି । ବିମାନ ବନ୍ଦରକୁ ଚାରିପଟୁ ଘେରି ଯାଇଥିଲା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ରାତି ଅଧିଆ ଅପରେସନ ଦେଖି ଛାନିଆ ହୋଇଯାଇଥିଲେ ନିଶା ମାଫିଆ । ରାଜ୍ୟର ସବୁଠୁ ବଡ ନାଇଟ୍ ଅପରେସନ୍ ଦେଖିଥିଲା ବିମାନବନ୍ଦର । ୩୦ରୁ ଅଧିକ ଅଫିସର । ବଛା ବଛା ତଦନ୍ତକାରୀ ଅଧିକାରୀ । ସନ୍ଧାନୀ କୁକୁର ସହ ଖାନତଲାସି ଚାଲିଥିଲା। ରାତି ୩ଟାରୁ ଆରମ୍ଭ କରି ସକାଳ ୮ଟା ଯାଏଁ ଛାପା ମାରିଥିଲା ଏହି ସ୍ପେଶାଲ ଟିମ୍ ।
ବିନା ଯାଞ୍ଚରେ ପ୍ରଦୂଷଣ ପ୍ରମାଣପତ୍ର : ଘରେ ଗାଡ଼ି, ଦଲାଲ ଦେଉଛନ୍ତି ସାର୍ଟିଫିକେଟ୍
ଆଉ ଏକାଧିକଙ୍କୁ ଉଠାଇ ଆଣି ନିଜ ଅନ୍ଦାଜରେ ପଚରା ଉଚରା ଆରମ୍ଭ କରି ଦେଇଥିଲା ଏନସିବି ଟିମ୍ । ତଦନ୍ତ ଜାରି ରହିଥିବାରୁ ଗଣମାଧ୍ୟମକୁ ଦୁରରେ ରଖିଛି ଏନସିବି । ରାଜଧାନୀରେ ଥିବା ଏକାଧିକ ହୋଟେଲରେ ରେଡ୍ ମାରିବା ସହ, କିଛି ନିଶା ମାଫିଆଙ୍କ ସମ୍ପର୍କରେ ତଥ୍ୟ ମିଳିଛି । ବ୍ୟାଙ୍କକ ରୁ ନିଶା ଆଣିବା ପରେ, ରାଜଧାନୀ ବାହାରକୁ ବାଏ ରୋଡ୍ ଯାଇଥିାନ୍ତା ଏହି ମଣିଷମରା ନିଶା । କୁହାଯାଉଛି, ହାଇଡ୍ରୋଫନିକ୍ ୱିଡ୍, ସିନ୍ଥେଟିକ୍ ଡ୍ରଗ୍ସ ଭଳି ନିଶା ପାଇଁ ଭୁବନେଶ୍ବର ବିମାନବନ୍ଦରକୁ ସଫ୍ଟ ଟାର୍ଗେଟକରୁଛନ୍ତି ନିଶା ମାଫିଆ । ଆଉ ଏହି କୋଟିକୋଟି ଟଙ୍କାର ନିଶା କାହା ପାଖକୁ ଯାଉଛି,ଏହାର ଗରାଖ କିଏ? ଦେଶ ବାହାରେ ରହି କିଏ ଏହି ସିଣ୍ଡିକେଟ୍ ଚଲାଉଛି? ସେନେଇ ଖୋଳତାଡ ଆରମ୍ଭ କରିଛି ଏନସିବି।
Follow Us