ଭୋଗରାଇ ଥାନା IIC ସସପେଣ୍ଡ୍; ବିନା ମାମଲାରେ ଥାନାରେ ଯୁବକଙ୍କୁ ଅଟକ ରଖିବା ପଡ଼ିଲା ମହଙ୍ଗା...

କୌଣସି ମାମଲା ରୁଜୁ ନହୋଇ ବି ୨ ଦିନ ଧରି ଯୁବକଙ୍କୁ ଥାନା ଭିତରେ ଗୋଡ଼ ଓ ହାତ ବାନ୍ଧି ପକାଇ ଅଟକ ରଖିଥିଲେ ଥାନା ଅଧିକାରୀ ।

64dd

IIC Photograph: (KANAKNEWS)

କନକ ବ୍ୟୁରୋ: ବିନା ମାମଲାରେ ଯୁବକଙ୍କୁ ଥାନାରେ ଅଟକ ରଖିବା ପୁଲିସ୍ ବାବୁଙ୍କୁ ପଡ଼ିଲା ମହଙ୍ଗା । ନିଲମ୍ବିତ ହେଲେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଆଇଆଇସି ଶ୍ରୀବଲ୍ଲଭ ସାହୁ । କୌଣସି ମାମଲା ରୁଜୁ ନହୋଇ ବି ୨ ଦିନ ଧରି ଯୁବକଙ୍କୁ ଥାନା ଭିତରେ ଗୋଡ଼ ଓ ହାତ ବାନ୍ଧି ପକାଇ ଅଟକ ରଖିଥିଲେ ଥାନା ଅଧିକାରୀ । ଖବର ପାଇ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ପହଞ୍ଚି ଏସପିଙ୍କ ସହିତ ଭିଡିଓ କଲରେ ଦେଖାଇବା ପରେ  ଯୁବକଙ୍କୁ ଛାଡ଼ିଥିଲେ ଥାନା ବାବୁ । 

ସୂଚନା ଅନୁଯାୟୀ, ଭୋଗରାଇ ବ୍ଲକ୍ ଜୟରାମପୁର ଗ୍ରାମର କାର୍ତ୍ତିକ ଚନ୍ଦ୍ର ଭୋଳ ଏକ ବାଇକ୍‌ ଅଦଳବଦଳ କରିଥିବା ନେଇ ଭୋଗରାଇ ଥାନାରେ ବାରବାଟିଆ ଗ୍ରାମର ଜୟନ୍ତୀ ଦତ୍ତ  ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ଯୁବକଙ୍କୁ ଭୋଗରାଇ ପୁଲିସ ଉଠାଇ ଆଣି ଥାନାରେ ହାତ ଓ ଗୋଡ଼ରେ ବେଡ଼ି ପକାଇ ଅଟକ ରଖିଥିଲେ । ଏମିତି ଘଟଣା ସଂପର୍କରେ ଖବର ପହଞ୍ଚିବା ପରେ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଭୋଗରାଇ ଥାନାକୁ ଆସି ଘଟଣାର ସତ୍ୟାସତ୍ୟ ଦେଖିଥିଲେ ଏବଂ ବାଲେଶ୍ବର ଏସପିଙ୍କୁ ଭିଡିଓ କଲ୍ ଜରିଆରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କହିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe