କନକ ବ୍ୟୁରୋ : ଏ ହେଉଛି ଭିତରକନିକା ଜାତୀୟ ଉଦ୍ୟାନକୁ ଆସିବାକୁ ଥିବା ଏକମାତ୍ର ସ୍ଥଳପଥର ଦୃଶ୍ୟ । କେଉଁଠି ଢିପ, ପୁଣି କେଉଁଠି ଖାଲ । ରାସ୍ତାର ଅବସ୍ଥା ଦେଖି ଭିତରକନିକା ଯିବାକୁ ଭୟ ଲାଗୁଛି । ଖୋଳାରୁ ଡାଙ୍ଗମାଳ ନଦୀ ପାଖ ୯ କିମି ରାସ୍ତାର ପୁନଃନିର୍ମାଣ ପାଇଁ ୯ କୋଟି ୮୯ ଲକ୍ଷ ୯୧ ହଜାର ୮୧୮ ଟଙ୍କାର ଚୁକ୍ତି ହୋଇଥିଲା । ୨୦୨୨, ଅକ୍ଟୋବର ୧୪ରୁ ରାସ୍ତାକାମ ଆରମ୍ଭ ହୋଇ ୧୩ ଅଗଷ୍ଟ ୨୦୨୩ ରେ ସରିଥା’ନ୍ତା । ହେଲେ ଅବଧି ସରିବାର ପ୍ରାୟ ୨ ବର୍ଷ ପରେ ୨ କି.ମି ରାସ୍ତା କାମ ସରିନାହିଁ । କେଉଁଠି କାମ ଅଧା ତ’ ଆଉ କେଉଁଠି ଆଦୌ ହୋଇନି।
ସେହିପରି ୨୦୨୨ରେ ଖୋଳାରୁ ଡାଙ୍ଗମାଳ ଜଙ୍ଗଲ ପାଖ ୭ କି.ମି ରାସ୍ତା ପାଇଁ ୬ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିଲା । ୨୦୨୩ରେ କାମ ସରିବା କଥା, ତାହା ବି ସରିନି । ସେହିପରି ଖମାରସାହି ଗାଁ ଭିତରେ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ବି ଶୋଚନୀୟ । ନିର୍ମାଣ ଦାୟିତ୍ବରେ ଥିବା ପୂର୍ତ୍ତ ବିଭାଗ ଅଧିକାରୀ ଓ ଠିକାଦାର ମିଳିମିଶି ରାସ୍ତା କାମରେ ମନମାନି କରୁଥିବା ନେଇ ଅଭିଯୋଗ ଆସିଛି । ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନକୁ ସ୍ଥଳଭାଗରେ ସଂଯୋଗ କରୁଥିବା ୩ ଟି ରାସ୍ତାର ଏପରି ଅବସ୍ଥା ପର୍ଯ୍ୟଟନ ଏବଂ ରାଜନଗରର ୭ଟି ପଞ୍ଚାୟତ ପାଇଁ ଚିନ୍ତାର କାରଣ ପାଲଟିଛି । ଆଉ ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଅମଙ୍ଗ ରାଜନଗର ପୂର୍ତ୍ତ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/media_files/2025/08/25/bhitarkanika-2025-08-25-18-32-30.jpg)