କନକ ବ୍ୟୁରୋ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ବନ୍ଦ ରହିଥିବା ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପୁଣି ଖୋଲିଛି । ଯାହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ୩ ମାସ ଧରି ବନ୍ଦ ରହିଥିଲା ଉଦ୍ୟାନ । ଆଜିଠୁ ପର୍ଯ୍ୟଟକ ମାନେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ। ଧଳା କୁମ୍ଭୀର ଗୋରୀ, ମଲ୍ଲୀ, ଶ୍ଵେତା, ଦେଶୀୟ ପକ୍ଷୀ, ନଦୀରେ ନୈବିହାର, ସଂଗ୍ରହାଳୟ  ଓ ସ୍କାଏ ଓ୍ଵାକରେ ଜଙ୍ଗଲ ଉପରେ ଚାଲି ମଜା ନେଇପାରିବେ ପର୍ଯ୍ୟଟକ । ଭିତର କନିକାରେ ପ୍ରଥମ ଥର ୪ଟି ବ୍ୟାଟେରି ଚାଳିତ ଗାଡି ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ଚାଲିବ । ଯାହାଦ୍ବାରା ପର୍ଯ୍ୟଟକ ମାନେ ବୁଲିବାରେ ସୁବିଧା ହେବ ।