ଯାଜପୁର ସହର ବିକାଶ ପାଇଁ ସମ୍ବାଦର ନିଆରା ପ୍ରୟାସ : ସାମୂହିକ ବିକାଶ ପାଇଁ ଏକାଠି ହେଲେ ବୁଦ୍ଧିଜୀବୀ ।

ସମ୍ବାଦ ପକ୍ଷରୁ ଯାଜପୁର ସହର ଭିତରେ ବିକଶିତ ଯାଜପୁର ବାର୍ତ୍ତା ନେଇ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯାଜପୁର ସହରର ସମସ୍ତ ନାଟ୍ୟ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ରକ୍ତଦାତା, ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଶହ ବିଭିନ୍ନ ବର୍ଗର ଜନତା ଯୋଡି ହୋଇଛନ୍ତି  ।

bikasita

Photograph: (kanaknews)

କନକବ୍ୟୁରୋ : ସମ୍ବାଦ ପକ୍ଷରୁ ଯାଜପୁର ସହର ଭିତରେ ବିକଶିତ ଯାଜପୁର ବାର୍ତ୍ତା ନେଇ ୱାକାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିରେ ଯାଜପୁର ସହରର ସମସ୍ତ ନାଟ୍ୟ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ବରିଷ୍ଠ ନାଗରିକ ସଂଘ, ରକ୍ତଦାତା, ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଶହ ବିଭିନ୍ନ ବର୍ଗର ଜନତା ଯୋଡି ହୋଇଛନ୍ତି  ।

ଏପରିକି ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ନେତୃବୃନ୍ଦ ସାମିଲ  ହୋଇଛନ୍ତି  । ଏହି କାର୍ଯ୍ୟକ୍ରମରେ ସମ୍ବାଦ ଗ୍ରୁପ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୌମ୍ୟରଂଜନ ପଟ୍ଟନାୟକ, ସମ୍ବାଦ ଓ କନକ ନ୍ୟୁଜ ସମ୍ପାଦିକ ତନୟା ପଟ୍ଟନାୟକ ,ସମ୍ବାଦ ବାର୍ତ୍ତା ସମ୍ପାଦକ ଭବାନୀ ତ୍ରିପାଠୀ, ବରିଷ୍ଠ ବିଜେପି ନେତା ଗୌତମ ରାଏ , ପ୍ରମୁଖ ଏହି ୱାକାଥନରେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି ।  ପରବର୍ତ୍ତୀ ସମୟରେ ଏକ ବୁଦ୍ଧିଜୀବୀ ଆଲୋଚନା ଚକ୍ରର ଆୟୋଜନ କରାଯାଇଛି, ଯାଜପୁର ଜିଲ୍ଲାର ବିକାଶ କୁ ନେଇ ସମ୍ବାଦ ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଇଛି ।  ଯାଜପୁର ଜିଲ୍ଳା କଳା ,ସଂସ୍କୃତି, ଐତିହ୍ୟ ଏବଂ ସର୍ବୋପରି ଜିଲ୍ଲାର ସାମୂହିକ ବିକାଶ କୁ କିଭଳି ଭାବେ ତ୍ୱରାନ୍ୱିତ କରାଯିବ ସେନେଇ ଏହି ଆଲୋଚନା ଚକ୍ରରେ ବିସ୍ତୃତ ଆଲୋଚନା କରାଯିବ ।

ଏଥିସହ ବିକଶିତ ଯାଜପୁର ବାର୍ତ୍ତା ନେଇ ଯାଜପୁର ଟାଉନରେ  ସମ୍ବାଦ ପକ୍ଷରୁ ୱାକାଥନ ହେବା ପରେ ଏବେ ଏକ ବିକାଶ ସମାବେଶର ଆୟୋଜନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଦଳ ମତ ନିର୍ବିଶେଷରେ ବିକାଶ ପାଇଁ ଯାଜପୁର ଏକାଠି ନାରା ଦେଇ ସମସ୍ତ ରାଜନୈତିକ ଦଳର ନେତା କର୍ମକର୍ତ୍ତା ବୁଦ୍ଧିଜୀବୀ ଯାଜପୁର ବାସିନ୍ଦା ଏକ ହୋଇଛନ୍ତି, ମୁଖ୍ୟ ଅତିଥି ଭାବେ ପୂର୍ବତନ ଅର୍ଥ ମନ୍ତ୍ରୀ  ପ୍ରଫୁଲ୍ଲ ଘଡ଼ାଇ ,ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ,ବରୀ ବିଧାୟକ ବିଶ୍ବରଂଜନ ମଲ୍ଲିକ , ଯାଜପୁର ବିଧାୟକ  ସୁଜାତା ସାହୁ ,ବଡ଼ଚଣା ବିଧାୟକ ଅମର ନାୟକ  ପ୍ରମୁଖ ଯୋଗ ଦେଇଛନ୍ତି  ।  ଏଠି ସହ ସମ୍ବାଦ ଗ୍ରୃଫ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ,ସମ୍ବାଦ କନକ ନ୍ୟୁଜ ସମ୍ପାଦକ ତନୟା ପଟ୍ଟନାୟକ ,ସମ୍ବାଦ ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ ମଞ୍ଚ ଉପରେ ଉପସ୍ଥିତ ଅଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe