କନକ ବ୍ୟୁରୋ: ରେଭେନ୍ସା ବିଶ୍ୱବିଧାଳୟର ନାମ ପରିବର୍ତ୍ତନ ପ୍ରସଙ୍ଗରେ ମତ ରଖିଛନ୍ତି ସାଂସଦ କଟକ ଭର୍ତ୍ତୃହରି ମହତାବ । ଭର୍ତ୍ତୃହରି କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କହିଲେ କିନ୍ତୁ ଚର୍ଚ୍ଚା ପ୍ରଥମେ ବିବାଦ ପରେ ଗାଳିରେ ପରିଣତ ହୋଇଯାଇଛି । ରେଭେନ୍ସା ନାମ ପରିବର୍ତ୍ତନ ପାଇଁ ୧୯୭୭ ମସିହାରୁ ଦାବି କରି ଆସୁଥିବା କହିଛନ୍ତି ଭର୍ତ୍ତୃହରି । ବିଭିନ୍ନ ସମୟରେ ଛାତ୍ରମାନେ ରେଭେନ୍ସା ନାମ ପରିବର୍ତ୍ତନ ନେଇ ଆନ୍ଦୋଳନ ହୋଇଛି । ଦେଶ ସ୍ୱାଧୀନ ହେବାରେ ୭୭ ବର୍ଷ ହୋଇଗଲାଣି। ରେଭେନ୍ସାର ନାମ ପରିବର୍ତ୍ତନ କରିବା  ଏବେର ନୁହେଁ ବହୁ ଦିନର ଦାବି ବୋଲି ସେ କହିଛନ୍ତି । ୧୯୪୯ ମସିହାରେ ବୃହତ୍ତର ଓଡିଶା ଗଠନ ହୋଇଥିଲା । ମୟୁରଭଞ୍ଜ ଓଡ଼ିଶାରେ ମିଶିଥିଲା,  ଏହାପରେ ଓଡିଶା ବିଧାନସଭାରେ ନାମ ପରିବର୍ତ୍ତନ ପାଇଁ ଚର୍ଚ୍ଚା ହୋଇଛି । ସେତେବେଳେ ଶିକ୍ଷା ମନ୍ତ୍ରୀ ରଘୁନାଥ ମିଶ୍ର ଥିଲେ । ବିଭିନ୍ନ ସମୟରେ ଛାତ୍ରମାନେ ନାମ ପରିବର୍ତ୍ତନ ନେଇ ଆନ୍ଦୋଳନ ହୋଇଛି । ତାଙ୍କୁ ରାଜନେତାମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଅନୁରୂପ ଭାବରେ ଏବେ କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କହିଲେ କିନ୍ତୁ ଚର୍ଚ୍ଚା ଏବେ ବିବାଦ ପରେ ଗାଳିରେ ପରିଣତ ହୋଇଯାଇଥିବା ଭର୍ତ୍ତୃହରି କହିଛନ୍ତି ।