କନକ ବ୍ୟୁରୋ: ଅଭିଶପ୍ତ ପାଲଟିଛି ଅଧାଗଢ଼ା ଭାର୍ଗବୀ ପୋଲ । ୨୫ ବର୍ଷ ହେଲା କାମ ସମ୍ପୂର୍ଣ୍ଣ ହୋଇପାରୁନି । ପୁରୀ ଚନ୍ଦନପୁର ନିକଟ କୃଷ୍ଣାଜହ୍ନପୁରରେ ଥିବା ଅଧାଗଢ଼ା ଭାର୍ଗବୀ ସେତୁ । କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ହେଲେ କାମ ସରିବ କଣ । ତା ପୂର୍ବରୁ ନଷ୍ଟ ହେବାକୁ ବସିଲାଣି ବ୍ରିଜ । ଦୀର୍ଘ ୨୫ ବର୍ଷରେ ହୋଇଛି ମାତ୍ର ୨ଟି ଖୁଣ୍ଟି । ୧୫ ପଂଚାୟତର ୫୦ ହଜାର ଲୋକେ ଏହି ପୋଲ ପାଇଁ ଚାହି ବସିଛନ୍ତି । ହେଲେ ପୋଲ କାମ ସରିପାରୁନି । ଗାଁର ଲୋକମାନେ ବାଧ୍ୟ ହୋଇ ୭ କିଲୋମିଟର ରାସ୍ତା ଦେଇ ବୁଲିଯିବାକୁ ବାଧ୍ୟ ହେଉଛନ୍ତି । ଯନ୍ତ୍ରୀଙ୍କଠାରୁ ଠିକାଦାର, ଅନେକ ଥର ବଦଳି ସାରିଲେଣି ହେଲେ ପୋଲ କାମ ସରୁନି କି ୧୫ ପଂଚାୟତ ଲୋକଙ୍କ ସମସ୍ୟା ବି ସରିପାରୁନି ।
କେବଳ ସ୍ଥାନୀୟ ଲୋକ ନୁହେଁ ଚାଷୀଙ୍କ ଭରସା ଏହି ଭାର୍ଗବୀ ପୋଲ । ପ୍ରତିଦିନ କିଛି ନା କିଛି କାମ ପାଇଁ ଲୋକେ ମାଇଲ ମାଇଲ ବାଟ ବୁଲି ଯାଉଛନ୍ତି । ଏପଟେ ଚାଷୀଙ୍କର ମଧ୍ୟ ପୋଲ ଆରପଟେ ଚାଷ ଜମି ଥିବାରୁ ନଦୀ ପାର ହୋଇ ଯାଉଛନ୍ତି । ଖରା ବର୍ଷା ସବୁ ସମୟରେ ଏହି ସମାନ ସମସ୍ୟା । ନଦୀ ପାର ହୋଇ ଆରପଟକୁ ଗଲେ ଜମିରେ ଚାଷ କାମ କରନ୍ତି । ସମସ୍ୟା ନେଇ ବହୁବାର ଜଣାଯାଇଥିଲେ ବି ସମାଧାନ ହେଉନି ।
ବର୍ତ୍ତମାନ ଅଧା ଗଢ଼ା ବ୍ରିଜ ପାଇଁ ନଦୀର ଉଭୟ ପାର୍ଶ୍ୱ ନଷ୍ଟ ହେବାରେ ଲାଗିଲାଣି । ଯଦି ନଦୀ ବନ୍ଧ ଭାଙ୍ଗେ ତେବେ ଲୋକଙ୍କ ପାଇଁ ଏହା ବିପଦ ଡାକି ଆଣିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/media_files/2025/06/10/Nw7ya2XYFproQcw1qP1K.jpg)