କନକ ବ୍ୟୁରୋ: ଭରତପୁର ଥାନା ନିର୍ଯାତନା ମାମଲାକୁ ନେଇ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଆଜି ଦ୍ୱିତୀୟ ବୈଠକ । ବୈଠକରେ ଗୃହ ସଚିବ ସତ୍ୟବ୍ରତ ସାହୁ, ସ୍ଵତନ୍ତ୍ର ସଚିବ ଗୃହ ବିଭାଗ ରାଧାକୃଷ୍ଣ ଶର୍ମା, ଏଡିଜି କ୍ରାଇମବ୍ରାଞ୍ଚ ବିନୟ ତୋଷ ମିଶ୍ର ଉପସ୍ଥିତ ରହିଥିଲେ। ଏହାସହ ୨ ତଦନ୍ତକାରୀ ଅଧିକାରୀ ଡିଏସପି ନିଲମା ପଣ୍ଡା ଓ ଡିଏସପି ନରେନ୍ଦ୍ର ବେହେରା ଉପସ୍ଥିତ ଥିବା ସୂଚନା ମିଳିଛି। ନିକଟରେ ପୁରା ଟିମ୍ ଗୁଜୁରାଟ ଗାନ୍ଧୀନଗର ଯାଇ ପୁର୍ବତନ ନିଲମ୍ବିତ ଦୀନକୃଷ୍ଣ ମିଶ୍ରଙ୍କ ସମେତ ପାଞ୍ଚ ଅଧିକାରୀଙ୍କ ହୋଇଛି ପଲିଗ୍ରାଫ ଟେଷ୍ଟ। ଏହା ସହ ଦୀନକୃଷ୍ଣ ଙ୍କ ହୋଇଥିଲା ବ୍ରେନ୍ ମ୍ୟାପିଂ ଓ ନାର୍କୋ ଟେଷ୍ଟ। ଆଜି କ୍ରାଇମ୍ ବ୍ରାଞ୍ଚ ତଦନ୍ତର ଅଗ୍ରଗତି ନେଇ କମିଶନଙ୍କୁ ଅବଗତି କରାଯିବ। ଏଯାଏଁ ତଦନ୍ତ କେତେଦୂର ଆଗେଇଛି ସେନେଇ ଟିକିନିଖି ତଥ୍ୟ କମିଶନଙ୍କ ଆଗରେ ଉପସ୍ଥାପନା କରିବ ସିଆଇଡି।
ଭରତପୁର ଥାନା ନିର୍ଯାତନା ମାମଲା ; କମିଶନଙ୍କୁ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ
ଭରତପୁର ଥାନା ନିର୍ଯାତନା ମାମଲା । ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ଦ୍ୱିତୀୟ ବୈଠକ ଆଲୋଚନା । କମିଶନଙ୍କୁ ତଦନ୍ତର ଅଗ୍ରଗତି ନେଇ ରିପୋର୍ଟ ଦେଲା କ୍ରାଇମବ୍ରାଞ୍ଚ ।