କନକ ବ୍ୟୁରୋ: ସେନା ଅଧିକାରୀ ଓ ପୁଲିସ କଳି। ବଦଳିଲେ ଭରତପୁର ଥାନା ଅଧିକାରୀ I ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଦୁବ୍ୟବହାର କରିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ପୁଲିସ କମିଶନର ସଞ୍ଜୀବ ପଣ୍ଡା। ଭରତପୁର ଥାନା ଆଇଆଇସିଙ୍କ ସହ ମହିଳା ASI ଓ ଜଣେ କନଷ୍ଟେବଳଙ୍କୁ ମଧ୍ୟ ବଦଳି କରାଯାଇଛି। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ବଦଳି କରାଯାଇଥିବା କମିଶନରେଟ ପୁଲିସ ପକ୍ଷରୁ କୁହାଯାଇଛି। ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ର ଏବଂ ASI ସଲିଲମୟୀ ସାହୁଙ୍କୁ ଡିସିପି ହେଡ କ୍ୱାର୍ଟରକୁ ବଦଳି କରାଯାଇଛି । ଏହି ଘଟଣାକୁ ନେଇ ବିଜେଡି ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନ କରିଥିବା ବେଳେ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି। ଡିଜିପିଙ୍କ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ଏକ ଟିମ ଭରତପୁର ଥାନାରେ ପହଞ୍ଚି ପୁଲିସ କର୍ମଚାରୀଙ୍କ ବୟାନ ରେକର୍ଡ କରିଛି। ସେପଟେ ଆଜି ହାଇକୋର୍ଟରେ ମାମଲାର ଶୁଣାଣି ହେବାର ଅଛି। ତଦନ୍ତକାରୀ ଅଧିକାରୀଙ୍କୁ ଭିଡିଓ କନଫେରେନ୍ସିଂ ଯୋଗେ ହାଜର ହେବେ । ଘଟଣାକୁ ନେଇ ବିବାବ ବଢୁଥିବା ଦେଖି ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି।