ଭରତପୁର ଘଟଣା: ସତ୍ୟପାଠ ପାଇଁ ବିଜ୍ଞପ୍ତି, ଯାଞ୍ଚ ପରେ ସମନ ଓ ସାକ୍ଷ୍ୟଗ୍ରହଣ

Advertisment

ଭରତପୁର ଥାନା ମାମଲାରେ ସତ୍ୟପାଠ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଗାମୀ ୨୧ ଦିନ ପର୍ୟ୍ୟନ୍ତ ଘଟଣା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଥିବା ଲୋକଙ୍କ ସତ୍ୟପାଠ ଗ୍ରହଣ କରାଯିବ।

ଭରତପୁର ଥାନା ମାମଲାରେ ସତ୍ୟପାଠ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଗାମୀ ୨୧ ଦିନ ପର୍ୟ୍ୟନ୍ତ ଘଟଣା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଥିବା ଲୋକଙ୍କ ସତ୍ୟପାଠ ଗ୍ରହଣ କରାଯିବ।

dc

କନକ ବ୍ୟୁରୋ: ଭରତପୁର ଥାନା ମାମଲାରେ ସତ୍ୟପାଠ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଆଗାମୀ ୨୧ ଦିନ ପର୍ୟ୍ୟନ୍ତ ଘଟଣା ସହିତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ ଜଡ଼ିତ ଥିବା ଲୋକଙ୍କ ସତ୍ୟପାଠ ଗ୍ରହଣ କରାଯିବ। ଏହାପରେ ସାକ୍ଷ୍ୟ ଗ୍ରହଣ ପ୍ରକଅିୟା ଆରମ୍ଭ କରିବେ ଜଷ୍ଟିସ୍ ଚିତ୍ତରଞ୍ଜନ ଦାସ କମିଶନ।

ଭରତପୁର ଥାନା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଗଠିତ ହୋଇଥିବା ବିଚାର ବିଭାଗିୟ ତଦନ୍ତ କମିଶନର ସ୍ବତନ୍ତ୍ର ବିଜ୍ଞପ୍ତି । ଆଜିଠାରୁ ୨୧ ଦିନ ମଧ୍ୟରେ ଏହି ମାମଲାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସାମିଲ ସମସ୍ତଙ୍କୁ ଘଟଣା ସମ୍ପର୍କିତ ସତ୍ୟପାଠ କମିଶନଙ୍କ ନିକଟରେ ଦାଖଲ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି । ସତ୍ୟପାଠ ଦାଖଲ ପାଇଁ ଭୁବନେଶ୍ୱର ସ୍ଥିତ ସ୍ୱତନ୍ତ୍ର ସର୍କିଟ ହାଉସରେ ପ୍ରସ୍ତୁତ କରି ରଖାଯାଇଛି ସ୍ୱତନ୍ତ୍ର ଡ୍ରପ୍ ବକ୍ସ । 

-ସମସ୍ତ ସତ୍ୟପାଠ ଆସିବା ପରେ ଯାଞ୍ଚ କରିବ କମିଶନ
- ଯାଞ୍ଚ ପରେ ପକ୍ଷ ଓ ପ୍ରତିପକ୍ଷଙ୍କୁ ସମନ କରାଯିବ
-ପରେ ସମସ୍ତଙ୍କ ସାକ୍ଷ୍ୟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ
-ନିଲମ୍ୱିତ ଅଧିକାରୀଙ୍କ ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଙ୍ଗ ରିପୋର୍ଟର ତର୍ଜମା ହେବ
-ଆବଶ୍ୟକ ପଡିଲେ ଘଟଣା ଘଟିଥିବା ସ୍ଥାନକୁ ଯାଇ ତଦନ୍ତ କରିବ କମିଶନ

୬୦ ଦିନ ମଧ୍ୟରେ ଏ ପୁରା ଘଟଣାର ତଦନ୍ତ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ କମିଶନ । 
ଓଡିଶା ପୋଲିସ ପାଇଁ ଆସିବ ସ୍ୱତନ୍ତ୍ର ଏସ.ଓ.ପି !
ମାର୍ଗଦର୍ଶିକା ଜାରି କରିବ ତଦନ୍ତ କମିଶନ !
ବୁଦ୍ଧିଜିବୀ,ସାମ୍ୱାଦିକ ଓ ସାଧାରଣ ଲୋକ ମଧ୍ୟ କମିଶନଙ୍କ ନିକଟରେ ସତ୍ୟପାଠ ଦାଖଲ କରିପାରିବେ ବୋଲି କମିଶନ ପକ୍ଷରୁ କୁହାଯାଇଛି । ଗୁରୁତ୍ୱପୁର୍ଣ କଥା ହେଉଛି ପୁର୍ବରୁ ଯେଉଁ ଲୋକ ଥାନାରେ ନିର୍ୟାତନାର ଶିକାର ହୋଇଛନ୍ତି ସେମାନେ ମଧ୍ୟ ସତ୍ୟପାଠ ଦାଖଲ କରିପାରିବେ ।  ସେହି ସତ୍ୟପାଠ ଗୁଡିକୁ ଯାଞ୍ଚ କରିବା ପରେ ଓଡିଶା ପୋଲିସର ଆଚ୍ଚରଣ ଓ ଉଚ୍ଚାରଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି ପାଇଁ ସୁପାରିଶ କରିପାରନ୍ତି କମିଶନ । 

ଏଫଭିଓ-ସେପଟେ ସମ୍ୱେଦନଶୀଳ ମାମଲାରେ ନିଲମ୍ୱିତ ଭରତପୁର ଥାନାର ଥାନା ଅଧିକାରୀ ଦୀନକୃଷ୍ନ ମିଶ୍ରଙ୍କ ସମେତ,ଦୁଇଜଣ ଏସ.ଆଇ ଓ ଦୁଇଜଣ ଏ.ଏସ.ଆଇ ଙ୍କ ପଲିଗ୍ରାଫ, ନାର୍କୋ ଓ ବ୍ରେନ ମ୍ୟାପିଂ ଟେଷ୍ଟ ରିପୋର୍ଟ ଏପର୍ୟ୍ୟନ୍ତ କ୍ରାଇମବ୍ରାଞ୍ଚର ହସ୍ତଗତ ହୋଇପାରିନାହିଁ । ତେଣୁ ଘଟଣାରେ କିଏ ସତ କହୁଛି ତା ଉପରୁ ଏଯାଏଁ ପରଦା ହଟିପାରିନି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe